ପ୍ରହସନ ପାଲଟିଛି ୨୪ ଘଣ୍ଟିଆ ଶୁଦ୍ଧ ଟ୍ୟାପ ପାଣି ଯୋଗାଣ

ଗୋପାଳପୁର: ରାଜ୍ୟର ଦ୍ଵିତୀୟ ସହର ଯେଉଁଠି ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ୨୦୨୨ ମସିହାରେ ଆରମ୍ଭ ହୋଇଥିବା ପୂର୍ବତନ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରା ଯାଇଥିଲା, କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ବୋଲି ଦେଖିବାକୁ ମିଳିଛି। ୨୪ ଘଣ୍ଟା ବଦଳରେ କେବଳ ସକାଳେ ୨ ଘଣ୍ଟା ଓ ସନ୍ଧ୍ୟାରେ ୧ ଘଣ୍ଟା ଟ୍ୟାପରେ ପାଣି ଆସୁଛି। ଏହିପରି ଘଟଣା ଦେଖିବାକୁ ମିଳିଛି ଗୋପାଳପୁର ଏନଏସିରେ। ରାଜ୍ୟ ସରକାରଙ୍କ ସମସ୍ତ ଦାୟିତ୍ଵ ଓ୍ବାଟକୋକୁ ଦିଆଯାଇଥିଲା। ସୂଚନା ଯୋଗ୍ୟ ଗୋପାଳପୁରକୁ ଛତ୍ରପୁର ସନ୍ନିକଟ ରଷିକୁଲ୍ଯା ନଦୀରୁ ବଡମାଧପୁରରୁ ପାଇପ ଯୋଗେ ପାଣି ଆସି ବଣ୍ଟନ କରାଯାଉଛି। ଗୋପାଳପୁରର‌ ୧୧ ଟି ୱାର୍ଡରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ରହି ଆସୁଥିବା ବେଳେ ଛୋଟବଡ ୨୦ରୁ ଅଧିକ ଲଜିଙ୍ଗ ରହିଛି। ଗୋପାଳପୁର ଏକ‌ ପର୍ଯଟନ ସ୍ଥଳ ହୋଇଥିବାରୁ ପ୍ରତିଦିନ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ଏଠାକୁ ବୁଲିବାକୁ ଆସିଥାନ୍ତି। ଏଣୁ ଜଳଯୋଗାଣ ବ୍ୟବସ୍ଥା ସଠିକ ଭାବେ ନୋହିଲେ ସ୍ଥାନୀୟ ବାସିନ୍ଦା ସମେତ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।

ଏହା ନେଇ ଏଠାରେ ନିୟୋଜିତ ରହିଥିବା କନିଷ୍ଠ ଯନ୍ତ୍ରୀ ଅଳକାରାଣୀ ସାବତଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ କେବଳ ଟ୍ୟାଙ୍କରେ ପାଣି ଭର୍ତି ସମୟରେ ଘଣ୍ଟେ ଦୁଇ ଘଣ୍ଟା ଜଳ ଯୋଗାଣ ବନ୍ଦ ରହୁଥିବା ବେଳେ ଅନ୍ୟ ସମୟରେ ପାଣି ଯୋଗାଣ ରହୁଛି। ସୂଚନା ଯୋଗ୍ୟ ପ୍ରତି ଘରୋଇ ଓ ବ୍ୟାବସାୟିକ ସଂଯୋଗ ରେ ବିଭାଗ ପକ୍ଷରୁ ପାଣି ମିଟର ଲଗା ଯାଇଥିଲା। କିନ୍ତୁ ଏହା ମଧ୍ୟରେ ଅନେକ ମିଟର ଚୋରି ହେବା ସହ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଯା‌ହାଫଳରେ କେଉଁ ସଂଯୋଗରେ କେତେ ପାଣି ବ୍ୟବହାର କଲେ ଓ କେତେ ଟଙ୍କା ବିଲ ହେଲା ଜଣା ପଡୁନାହିଁ।

Comments are closed.