www.samajalive.in
Monday, December 15, 2025
14.1 C
Bhubaneswar

ଫ୍ରେଣ୍ଡସ୍ କ୍ଲବର ଷଷ୍ଠ ରଜ ମହୋତ୍ସବ ଉଦଘାଟିତ

ଆଠଗଡ: ଆଠଗଡ ବ୍ଲକ୍ ଅନ୍ତର୍ଗତ କନ୍ଦରପୁର ଗ୍ରାମ ପଞ୍ଚାୟତର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ୩ ଦିନ ବ୍ୟାପୀ ଷଷ୍ଠ କନ୍ଦରପୁର ରଜ ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଛି। ଏହି ୩ ଦିନିଆ ରଜ ମହୋତ୍ସବ ଅବସରରେ ପଞ୍ଚାୟତ ଅଞ୍ଚଳର ଯୁବକ, ଛାତ୍ରଛାତ୍ରୀଙ୍କ ପାଇଁ ଦୋଳି ଖେଳ, କବାଡି, ଭଲିବଲ ଏବଂ ଝିଅ ମାନଙ୍କ ପାଇଁ ରଜଦୋଳି, ପୁଚି, ମ୍ୟୁଜିକ୍ ଚେୟାର, ହୁଳ ହୁଳି ଓ ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଅଛି। କ୍ଲବର ସଭାପତି ଇଂ ପ୍ରିୟବ୍ରତ ଦାସଙ୍କ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ତଥା କନ୍ଦରପୁର ଗ୍ରାମର ସଭାପତି ମହେନ୍ଦ୍ର କୁମାର ଦାସ, ମୁଖ୍ୟବକ୍ତା ଭାବେ ପ୍ରସିଦ୍ଧ ପାଲାଗାୟକ ଯୁଗଳ କିଶୋର ସାହୁ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ସୈନିକ ଇନ୍ଦ୍ରମଣି ସୁତାର, ନୃତ୍ଯଗୁରୁ ମଙ୍ଗୁଳି ଦଳାଇ ଯୋଗଦେଇ ହଜି ଯାଉଥିବା ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣୀଗୁଡିକ କିପରି ଉଜ୍ଜୀବିତ ରହିବ ସେଥିପାଇଁ ସମ୍ମିଳିତ ଉଦ୍ୟମ ଲୋଡା ବୋଲି କହିବା ସହ ଆଜିର ଯୁବଶକ୍ତି ଶୃଙ୍ଖଳିତ ଓ ମିଳିତ ଭାବେ ପ୍ରୟାସ କଲେ ଅସାଧ୍ୟ ସାଧନ କରିପାରିବେ ବୋଲି ମତପ୍ରକାଶ କରିଥିଲେ। ସାମାଜିକ କାର୍ଯ୍ୟ ସହିତ ଯୁବସମାଜ ନିଜ ଅଞ୍ଚଳର ବିକାଶ ପାଇଁ ସଂକୀର୍ଣ୍ଣ ରାଜନୀତି ଚନ୍ତାଧାରର ଉର୍ଦ୍ଧରେ ରହି ଦଳ, ମତ, ଜାତି, ବର୍ଣ୍ଣକୁ ପଛରେ ପକେଇ ମିଳିତ ଭାବେ ଆଗେଇ ଆସିବାକୁ ଆହ୍ଵାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଗ୍ରାମବାସୀ ଯୋଗଦେଇ ପ୍ରତିଯୋଗୀ ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। କନ୍ଦରପୁର ଓ ଆଖପାଖ ଗ୍ରାମର କୁନି କୁନି କଳାକାର, ଯୁବକ, ଯୁବତୀ ଏହି ମହୋତ୍ସବରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ସେମାନଙ୍କୁ ଅତିଥି ମାନପତ୍ର, ପୁଷ୍ପଗୁଚ୍ଛ ଦେଇ ପୁରସ୍କୃତ ଓ ସମ୍ମାନିତ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ କବାଡି ପ୍ରତିଯୋଗିତାରେ କନ୍ଦରପୁରର ମା ବାଉତି ଦଳ ପୁନର୍ବାର ଚମ୍ପିୟାନ ହୋଇଥିଲା ଏବଂ ମୁଖ୍ୟ ଅତିଥି କବାଡି ଓ ଭଳି ବଲ୍ ପ୍ରତିଯୋଗିତାର ବିଜେତା ଦଳଙ୍କୁ ପୁରସ୍କୃତ କରିଥିଲେ। କ୍ଲବର ସମ୍ପାଦକ ଭାଷ୍କର ଚନ୍ଦ୍ର ବେହେରା, ଉପ ସଭାପତି ସତ୍ୟାନନ୍ଦ ସାହୁ, ତପନ କୁମାର ସାହୁ, ସଭ୍ୟ ସୂର୍ଯ୍ୟକାନ୍ତ ସେଠୀ, ବାବୁନି ସାହୁ, ବିକାଶ ବେହେରା, ପ୍ରକାଶ ଚନ୍ଦ୍ର ଦଳାଇ, ପ୍ରଦୀପ ସାହୁ, ଚନ୍ଦନ ନାୟକ, ରାଜୁ ନାଥ, ଜିତେନ୍ଦ୍ର କୁମାର ସାହୁ, ଲୁଲୁ ଦଳାଇ, ଜିତୁ ସାହୁ, ଦିନେଶ ଦଳେଇ, ସଂଜିତ୍ ବାରିକ୍, ସୁଜିତ୍ ଦାସ, କମଳ ଦଳାଇ, ତରୁଣ ସେଠୀ, ସିପୁ ଧଳ, ଗିରିଧାରୀ ବାରିକ, ରବୀନ୍ଦ୍ର ସାହୁ, ସମୀର ଦଳେଇ, ସୁଚିତ୍ର ବେହେରା, କାର୍ତ୍ତିକ ବେହେରା, ମଧୁ ସାହୁ, ଧର୍ମେନ୍ଦ୍ର ସାହୁ ଆଦି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories