www.samajalive.in
Wednesday, December 10, 2025
16.1 C
Bhubaneswar

ନୂତନ ପ୍ରଜାତିର କୋଚିଆ ମାଛ ‘ଓପିକଥସ ସୂର୍ଯ୍ୟାଇ’ ଉପରେ ଗବେଷଣା

ଗୋପାଳପୁର: ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ୱାରା ଏକ ନୂତନ ପ୍ରଜାତିର କୋଚିଆ ମାଛ ଚିହ୍ନଟ କରାଯାଇଛି। ବୈଜ୍ଞାନିକ ଡ଼ ଅନିଲ ମହାପାତ୍ରଙ୍କ ସୂଚନା ଅନୁସାରେ ଏହା ପୃଥକ ଭାବେ ଏକ ନୂତନ ପ୍ରଜାତି ମାଛ ଏବଂ ଏହି ମାଛ ଓଡିଶାର ସୁବର୍ଣ୍ଣରେଖା ମୁହାଁଣ ଏବଂ ବାହୁଦା ମୁହାଁଣ ସହ ପାରାଦ୍ୱୀପ ଉପକୂଳରୁ ସଂଗ୍ରହ କରାଯାଇ ଗବେଷଣା କରାଯାଇଥିଲା। ଏହି ମାଛକୁ ବୈଜ୍ଞାନିକ ଡ଼ ମହାପାତ୍ର ଏବଂ ରାଜେଶ କୁମାର ବେହେରା ସୁବର୍ଣ୍ଣ ରେଖା ମୁହାଁଣ ତାଳସେରୀରୁ ସଂଗ୍ରହ କରିଥିଲେ। ଏଥି ସହ ପାରାଦ୍ୱୀପ ସ୍ଥିତ ମତ୍ସ୍ୟ ଅବତରଣ କେନ୍ଦ୍ର ପରିସରରୁ ମଧ୍ୟ ଏହାକୁ ଠାବ କରା ଯାଇଥିଲା। ଏହି ମାଛକୁ ଭାରତୀୟ ସର୍ବେକ୍ଷଣ କେନ୍ଦ୍ର ପରିସରରେ ଗବେଷଣା କରାଯାଉଥିବା ବେଳେ ଗଞ୍ଜାମ ସୁନାପୁର ବେଳାଭୂମି ନିକଟସ୍ଥ ବାହୁଦା ମୁହାଁଣରୁ ମଧ୍ୟ ଏହି ପ୍ରଜାତିର ମାଛକୁ ଠାବ କରାଯାଇଥିଲା। ଗବେଷଣା ବେଳେ ସୁବର୍ଣ୍ଣ ରେଖା ଓ ପାରାଦ୍ଵୀପ ତାଳସେରା ଉପକୂଳରୁ ଉଦ୍ଧାର ମାଛ ଗୁଡ଼ିକ ଅଲଗା ପ୍ରକାରର ବୋଲି ଜଣାପଡିଥିଲା। ଉଭୟ ମାଛର ଦାନ୍ତ ଭିନ୍ନ ଭିନ୍ନ ପ୍ରକାରର ରହିଥିବା ସ୍ପଷ୍ଟ ହୋଇଥିଲା। ଏହାକୁ ନେଇ ଗବେଷଣା ସହ ମାଛ ନମୁନାର ଡ଼ି.ଏନ.ଏ ବିଶ୍ଳେଷଣ କରାଯାଇଥିଲା। ଡିଏନଏ ରିପୋର୍ଟ ଆଧାରରେ ଉଦ୍ଧାର ଦୁଇଟି ମାଛ ଭିନ୍ନ ଆକାରର ହୋଇଥିବା ସହ ଦୁଇଟି ଯାକ ସମ ପ୍ରଜାତିର ଏବଂ ପୂର୍ବରୁ ଉଦ୍ଧାର ହୋଇଥିବା ସମ ପ୍ରଜାତି ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଥିବା ଜଣାପଡିଥିଲା। ମାଛର ଶରୀରର ମେରୁଦଣ୍ଡରେ ୧୪୪ ଖଣ୍ଡ ବିଶିଷ୍ଟ ହାଡ ରହିଥିବା ସହ ମାଛର ଡରସାଲ ଫିନର ଅବସ୍ଥିତି ଅନ୍ୟ ସମ ପ୍ରଜାତି ମାନଙ୍କଠୁ ସମ୍ପୂର୍ଣ ଭିନ୍ନ ରହିଥିଲା। ଦାନ୍ତ ଗୁଡ଼ିକ ମୁନିଆ ରହିବା ସହ ଏକରୁ ବହୁ ଧାଡି ବିଶିଷ୍ଟ ପରିଲକ୍ଷିତ ହୋଇଛି। ଏହି ମାଛର ସବିଶେଷ ବିବରଣୀ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପତ୍ରିକା “ବୁଲେଟିନ ଅଫ ମେରାଇନ ସାଇନ୍ସ”ରେ ପ୍ରକାଶ ପାଇଛି। ଏହି ମାଛର ଆବିଷ୍କାର ପରେ ଭାରତରେ ଏହି ପ୍ରଜାତିର ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।

ଓଡିଶା ମତ୍ସ୍ୟ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଏବଂ ପୂର୍ବତନ ମତ୍ସ୍ୟ ପରାମର୍ଶଦାତା ସୂର୍ଯ୍ୟ କୁମାର ମହାନ୍ତିଙ୍କ ସମ୍ମାନାର୍ଥେ ଏହି ମାଛର ନାମକରଣ ଓପିକଥସ ସୂର୍ଯ୍ୟାଇ ରଖାଯାଇଛି। ବୈଜ୍ଞାନିକ ଡ଼. ମହାପାତ୍ର ପ୍ରାରମ୍ଭିକ ଭାବେ ମତ୍ସ୍ୟ ଗବେଷଣା ସୂର୍ଯ୍ୟ କୁମାର ମହାନ୍ତିଙ୍କ ନିକଟରୁ ଶିଖି ଥିବାରୁ ଶ୍ରୀ ମହାନ୍ତିଙ୍କ ସମ୍ମାନର୍ଥେ ଏହି ନୂତନ ପ୍ରଜାତିର ମାଛକୁ ଏପରି ନାମକରଣ କରିଥିବା ବୈଜ୍ଞାନିକ ଡ଼ ମହାପାତ୍ର ସୂଚନା ଦେଇଛନ୍ତି। ଏହି ମାଛର ଗବେଷଣା ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର ଏବଂ ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ରଙ୍କ ତତ୍ଵାବଧାନରେ ଗବେଷକ ରାଜେଶ କୁମାର ବେହେରା ଏବଂ ସ୍ମୁତିରେଖା ଆଚାର୍ଯ୍ୟ ମିଳିତ ଭାବେ କରିଥିଲେ।ଏହି ପ୍ରଜାତିର ମାଛ ସାଧାରଣତଃ ମୁହାଣ ନିକଟବର୍ତ୍ତୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି ବୋଲି ବୈଜ୍ଞାନିକ ଡ଼ ମହାପାତ୍ର ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories