www.samajalive.in
Sunday, December 14, 2025
19.1 C
Bhubaneswar

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଧଲପୁର ପୁରୁଣାକଟକ ପୂର୍ତ୍ତବିଭାଗ ରାସ୍ତାର ବ୍ରାହ୍ମଣ ଗାଁ ନିକଟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ରାଜନ ଭୋକ୍ତା ୪୦ଙ୍କ ମୃତ୍ୟୁ ଘଟିଥିବାବେଳେ ସୁଧାଂଶୁ ଭୋକ୍ତା ୧୮ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଉଭୟଙ୍କ ଘର ହରଭଙ୍ଗା ଥାନା ଅନ୍ତର୍ଗତ ଭେଜିଗୁଡା ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଭେଜିଗୁଡା ଗ୍ରାମର ରାଜନ ଭୋକ୍ତା ଏବଂ ସୁଧାଂଶୁ ଭୋକ୍ତା ଏକ ଗ୍ଲାମର ବାଇକ ଯୋଗେ ତିଳେଶ୍ୱରନିକଟସ୍ଥ ଛତ୍ରପୁର ଶଶୁର ଘରୁ ଫେରୁଥିଲେ। ଫେରିବା ସମୟରେ ଗାଡିଟି ଭରସାମ୍ୟ ହରାଇ ବ୍ରାହ୍ମଣ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ରାଜନଙ୍କ ମୃତ୍ୟୁ ଘଟିଥିବା ବେଳେ ସୁଧାଂଶୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ମେଡିକାଲରେ ଭର୍ତ୍ତୀ ହୋଇଥିବା ଜଣାପଡିଛି। ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଁଚି ସେମାନଙ୍କୁ ଉଦ୍ଧାର କରିଛି, ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories