www.samajalive.in
Sunday, December 14, 2025
23.1 C
Bhubaneswar

ଚୌଦ୍ୱାରରେ ଜାଗର ଯାତ୍ରା

ଚୌଦ୍ୱାର: ଚୌଦ୍ୱାର ଓ ଏହା ଆଖପାଖ ଅଞ୍ଚଳରେ ଜାଗର ଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଅଞ୍ଚଳର ଅଷ୍ଟଶମ୍ଭୁ କୁହା ଯାଉଥିବା କପାଳେଶ୍ୱର, ଚାଟେଶ୍ୱର, ବଟେଶ୍ୱର, ଝୋଟେଶ୍ୱର, କେଦାରେଶ୍ୱର, ଉତ୍ତରେଶ୍ୱର, ବାଲୁଙ୍କେଶ୍ୱର, ମଣିନାଗେଶ୍ୱର ଅଦି ପୁରାତନ ମନ୍ଦିର ମାନଙ୍କରେ ଦିଅଁ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସକାଳରୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଥିଲା।କରୋନା ପାଇର୍ ବିଗତ ୨ବର୍ଷ ଧରି ଶିବରାତ୍ରିରେ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଥିବାରୁ ମନ୍ଦିରରେ ଜଗର ଜାଳି ନପାରି ଶ୍ରଦ୍ଧାଳୁ ମାନେ ବିମୁଖ ହୋଇଥିଲେ। ଚଳିତ ବର୍ଷ ଲୋକେ ଆଗ୍ରହ ଓ ଉଦ୍ଦିପନା ମଧ୍ୟରେ ମନ୍ଦିରରେ ଉପସ୍ଥିତ ରହି ଦୀପ ଜାଳି ମହାଦେବଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ସଂଧ୍ୟାରେ ବହୁ ଶୈବପୀଠରେ ନାମ ସଂକୀର୍ତ୍ତନ, ଭଜନ ସମାରୋହ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି।ଚାଟେଶ୍ୱର ମନ୍ଦିର ଓ କପାଳେଶ୍ୱର ମନ୍ଦିରରେ ଆୟୋଜିତ ମେଳାରେ ବହୁଜନ ସମାଗମ ହୋଇଥିଲା। ମଧ୍ୟରାତ୍ରରେ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁମାନେ ଭକ୍ତି ଓ ଉତ୍ସାହର ସହିତ ମହାଦୀପ ଉାଂ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଅନୁରୂପ ଭାବେ ସ୍ଥାନୀୟ ଶିଶୁସଦନ ପରିସରସ୍ଥିତ ବିଶ୍ୱନାଥ, ଥର୍ମାଲର ଶଶୀ ଶେଖର,କଳିଙ୍ଗଛକସ୍ଥିତ ତ୍ରିନାଥ ଦେବ, ଇମ୍ଫାସ୍ଥିତ ଚମ୍ପକେଶ୍ୱର,ନୂଆସାହିର ନୀଳକଣ୍ଠେଶ୍ୱର, ଚିତ୍ରେଶ୍ୱରସ୍ଥିତ ଗନ୍ଧର୍ବନାଥ, ଆଗ୍ରାହାଟସ୍ଥିତ ବୈଦ୍ୟେଶ୍ୱର, ପାଇକରାପୁରସ୍ଥିତ ଲୋକନାଥ, ଶଙ୍କରପୁରସ୍ଥିତ ଶଙ୍କରେଶ୍ୱର, ଅଙ୍ଗଦରାଡ଼ିହସ୍ଥିତ କନକେଶ୍ୱର, ଶଳଗାଁର ଶାଳେଶ୍ୱର ଆଦି ମନ୍ଦିର ସହିତ ଚୋଟବଡ଼ ଶିବ ମନ୍ଦିର ଗୁଡ଼ିକରେ ଶିବରାତ୍ରି ଉତ୍ସବ ପାଳିତ ହୋଇଛି। ଚାରବାଟିଆ ଗାୟତ୍ରୀ ପ୍ରଜ୍ଞାପୀଠରେ ମହାଶିବରାତ୍ରି ଉତ୍ସବ ରୀତି ନୀତିରେ ଅନୁଷ୍ଠିତ ହୋଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories