www.samajalive.in
Sunday, December 14, 2025
26.1 C
Bhubaneswar

ଡାଳିଯୋଡ଼ା ବନାଞ୍ଚଳରେ ହାତୀ ଗଣନା

ଚୌଦ୍ୱାର: କଟକ ବନଖଣ୍ଡ ଅନ୍ତର୍ଗତ ଡାଳିଯୋଡ଼ା ବନାଞ୍ଚଳରେ ବନ ବିଭାଗ ତରଫରୁ ହାତୀ ଗଣନା ଆରମ୍ଭ ହୋଇଛି।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶନିବାର ଦିନ ମୋଟ ୧୦ଟି ହାତୀ ଗଣନା କରାଯାଇଛି।ସେଥି ମଧ୍ୟରୁ ବୈରୀ ସେକସନ୍‌‌ରେ ଦୁଇଟି ଅମୀୟଝରୀ ଜଙ୍ଗଲରେ ଗୋଟିଏ ଓ କଳକାଳା ଜଙ୍ଗଲରେ ଗୋଟିଏ, ସଫା ଜଙ୍ଗଲରେ ୭ଟି ଏବଂ ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀ ଠାବ କରାଯାଇଛି। ଠାବ ହୋଇଥିବା ହାତୀ ମାନଙ୍କ ମଧ୍ୟରେ ୭ଟି ପୁରୁଷ ,୨ଟି ମାଈ ଓ ଗୋଟିଏ ଛୁଆହାତୀ ଥିବା ଜଣା ପଡ଼ିଛି।ସଫା ସେକ୍ସନରେ ଠାବ ୭ଟି ହାତୀ ମଧ୍ୟରୁ କଡ଼େଇ କାଜୁ ଜଙ୍ଗଲରେ ଗୋଟିଏ, କାଳୀଆମ୍ବା ସଂରକ୍ଷିତ ଜଙ୍ଗଲରେ ୫ଟି ଓ ମଙ୍ଗରାଜପୁର ସେକ୍ସନ୍‌‌ ଅଧିନ ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲର ସାଳୁଆସୁଣି ନିକଟରେ ଗୋଟିଏ ହାତୀ ଠାବ ହୋଇଛି।ଏହି ହାତୀ ଗଣନା କାର୍ଯ୍ୟକ୍ରମ ଜାରୀ ରହିବ। ବୈରୀ ରେଞ୍ଜର ଅଭିରାମ ଜେନା ଓ ବନପାଳ ପୂଣ୍ଣଚନ୍ଦ୍ର ମହାନ୍ତିଙ୍କ ସମେତ ରେଞ୍ଜର ସମସ୍ତ ବନପାଳ ତଥା ବନ କର୍ମଚାରୀ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories