www.samajalive.in
Sunday, December 14, 2025
19.1 C
Bhubaneswar

ଶିବରାତ୍ରିରେ ଉତ୍ସବମୁଖର ଶୈବପୀଠ

ଆଠଗଡ଼: ପବିତ୍ର ଶିବରାତ୍ରି ଓ ଜାଗର ପାଇଁ ଆଠଗଡ଼ ସହରାଞ୍ଚଳ ଓ ସମସ୍ତ ଗ୍ରାମାଞ୍ଚଳରେ ଥିବା ଶୈବପୀଠଗୁଡିକ ଉତ୍ସବମୁଖର ହୋଇଉଠିଛି। ପ୍ରତ୍ୟୁଷରୁ ସମସ୍ତ ଶୈବପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସାଙ୍ଗକୁ ହୋମଯଜ୍ଞ ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ପ୍ରହରରୁ ରାତିରେ ମହାଦୀପ ଉଠିବା ପର୍ଯ୍ୟନ୍ତ ପ୍ରତ୍ୟେକ ଶିବମନ୍ଦିରରେ ଉପବାସ ବ୍ରତଧାରୀ ଶ୍ରଦ୍ଧାଳୁଙ୍କ ବହୁ ସମାଗମ ଦେଖିବାକୁ ମିଳିଥିଲା। ଆଠଗଡ଼ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଧବଳେଶ୍ୱର ଦେବଙ୍କ ସମେତ ଅନ୍ୟତମ ପ୍ରାଚୀନ ଶୈବପୀଠ କଟକିଆସାହି ପଞ୍ଚାୟତସ୍ଥିତ ସର୍ପେଶ୍ୱର ଦେବ, ସହରର କାଶୀ ବିଶ୍ୱନାଥ ଦେବ, ସ୍ୱପ୍ନେଶ୍ୱର ଦେବ, ବୀରକିଶୋରପୁରର ସିଦ୍ଧେଶ୍ବର ଦେବ, ଗଦାସାହିସ୍ଥିତ ଶ୍ରୀନାଥେଶ୍ୱର ଦେବ, କନ୍ତୋଲସ୍ଥିତ ଭୁବନେଶ୍ୱର ଦେବ, ବାଣୀକଣ୍ଠନଗରସ୍ଥିତ ନୀଳକଣ୍ଠେଶ୍ୱର ଦେବ, ରାଧାଗୋବିନ୍ଦପୁରସ୍ଥିତ ରାମେଶ୍ୱର ଦେବ, ମେଘାସ୍ଥିତ ବିଶ୍ୱେଶ୍ୱର ଦେବ, ତଳଗଡ଼ସ୍ଥିତ ସ୍ୱପ୍ନେଶ୍ୱର ଦେବ, ବେଣ୍ଟପଦାସ୍ଥିତ ବାଲୁଙ୍କେଶ୍ୱର ଦେବ, ତରଡିଙ୍ଗସ୍ଥିତ କପିଳେଶ୍ୱର ମହାଦେବ, କରକମଳସ୍ଥିତ ବୁଢାଲିଙ୍ଗ ଦେବ, ପାଇକରାପୁରସ୍ଥିତ ନୀଳକଣ୍ଠେଶ୍ୱର ଦେବଙ୍କ ପୀଠ ସମେତ ପ୍ରାୟ ପ୍ରତ୍ୟେକ ଗ୍ରାମରେ ଥିବା ଶୈବପୀଠଗୁଡିକରେ ମହାଶିବରାତ୍ରି ପବିତ୍ରମୟ ପରିବେଶରେ ପାଳିତ ହୋଇଯାଇଛି। ରାତି ୧୦ଟା ପରେ ପ୍ରାୟ ସମସ୍ତ ଶୈବପୀଠରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଦୀପଜାଳି ଧ୍ୟାନରେ ବସିଥିଲେ। ପ୍ରାୟ ପ୍ରମୁଖ ଶୈବପୀଠ ଗୁଡିକରେ ସନ୍ଧ୍ୟାପରଠାରୁ ଭଜନ, କୀର୍ତ୍ତନ ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ କେତେକ ମନ୍ଦିରରେ ଉପବାସ ବ୍ରତଧାରୀ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories