www.samajalive.in
Sunday, December 14, 2025
26.1 C
Bhubaneswar

ଶିବ ସନ୍ଦେଶ ରଥର ଶୁଭାରମ୍ଭ କଲେ ବିଡିଓ

କଲମପୁର: ପବିତ୍ର ଶିବରାତ୍ରି। ଏହି ପର୍ବ ପାଳନ ନେଇ ପୁଅପାଲ୍ଲୀ ଉତ୍ସବ ମୁଖର। ପ୍ରତ୍ୟେକ ଶିବାଳୟରେ ପ୍ରବଳ ଜନ ସାମାଗମ। ଏ ଅବସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ କଲମପୁର ଗୀତା ପାଠଶାଳା ଶାଖା ତରଫରୁ ଶିବ ଜୟନ୍ତୀ ପାଳନ କରାଯାଇଛି। ଏ ଅବସରରେ କଲମପୁର ଗୀତା ପାଠ ଶାଳାର ସଂଚାଳିକା ବ୍ରହ୍ମ କୁମାରୀ ରୋଜି ଭଉଣୀଙ୍କ ଅଧ୍ୟକ୍ଷତାରେ ଶିବ ପୂଜନ ସହ ଦୀପ ଜାଳି ଶିବ ଜୟନ୍ତୀ ପାଳନ କରାଯାଇଛି। ଏଥିରେ ବି.ଡି.ଓ ବିଜୟ କୁମାର ମାଡାଙ୍ଗି ମୁଖ୍ୟ ଅତିଥି ଏବଂ କଲମପୁର ଭାରପ୍ରାପ୍ତ ଥାନା ଅଧିକାରୀ ଡୋଳାମଣି ବିଶି ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିବ ଝଣ୍ଡା ଉତୋଳନ କରିଥିଲେ। ଏହି ଶିବ ଝଣ୍ଡା ଉତୋଳନ ପରେ ଶାନ୍ତି ମୈତ୍ରୀର ଭାବ ନେଇ ଜୀବନ ଯାପନ କରିବା କୁ ଶପଥ ନେଇଥିଲେ।

ଏହାସହ ଶାନ୍ତିର ବାର୍ତା ନେଇ ପରିକ୍ରମା କରିବାକୁ ଥିବା ଶିବ ସନ୍ଦେଶ ରଥକୁ ବି.ଡି.ଓ ଶ୍ରୀ ମାଡାଙ୍ଗି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସନ୍ଦେଶ ରଥରେ ରାଧା, କ୍ରିଷ୍ଣା ଓ ଶଙ୍କର ଆଦି ତ୍ରିମୂର୍ତି ଝାଙ୍କି ପ୍ରଦର୍ଶିତ କରାଯାଇଥିଲା। ପ୍ରମୁଖ ଅତିଥି ଭାବେ ଗୁଣନିଧି ସାହୁ, ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା, ଦୀପକ କୁମାର ସାହୁ, ରଞ୍ଜନ ସାହୁ, ଶରତ ଚନ୍ଦ୍ର ସୁନାନୀ, ସତ୍ୟ ନାରାୟଣ ଶର୍ମା ଯୋଗ ଦେଇଥିଲେ। ବି.କେ. ଓମ ପ୍ରକାଶ, ବି.କେ. ବିକାଶ, କୃଷ୍ଣ ଚନ୍ଦ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ବ୍ରହ୍ମକୁମାର ଶଙ୍କର୍ଶଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେନ୍ଦ୍ରର ଅନ୍ୟ ସମସ୍ତ ବ୍ରହ୍ମ କୁମାର ବ୍ରହ୍ମ କୁମାରୀ ମାନେ ଉପସ୍ଥିତ ଥିଲେ। ଏ ଅବସରରେ ଗୀତା ପାଠଶାଳାର ସଂଚାଳିକା ବ୍ରହ୍ମ କୁମାରୀ ରୋଜୀ ଉଭୟ ବରିଷ୍ଠ ଅତିଥିଙ୍କୁ ଲକ୍ଷ୍ମୀ ନାରାୟଣ ପ୍ରତିମୂର୍ତି ଦେଇ ସମ୍ବର୍ଦ୍ଧିତ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories