www.samajalive.in
Sunday, December 14, 2025
19.1 C
Bhubaneswar

ବାରଣ୍ଡାରେ ପାଠ ପଢ଼ୁଛନ୍ତି ନବମ ଦଶମ ଛାତ୍ରଛାତ୍ରୀ

ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ବ୍ଲକ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଡେଙ୍ଗେସ୍ଖାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ୧୯୮୬ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ମାତ୍ର ଦୁଇଟି ଶ୍ରେଣୀ ରହିଛି। ଏହି ଦୁଇଟି ଶ୍ରେଣୀରେ ୧ମରୁ ୧୦ମ ଶ୍ରେଣୀ ପିଲାଙ୍କ ଶିକ୍ଷାଦାନ ଚାଲିଛି। ବିଦ୍ୟାଳୟରେ ସମୁଦାୟ ୧୦୭ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୭ ଜଣ ଶିକ୍ଷକ ନିଯୁକ୍ତ ରହିଛନ୍ତି। ଶ୍ରେଣୀ ଗୃହ ଅଭାବରୁ ୮ମରୁ ୧୦ମ ଶ୍ରେଣୀ ପିଲା ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଅବଶିଷ୍ଟ ୧ମ ରୁ ୭ମ ଶ୍ରେଣୀ ପିଲା ବିଦ୍ୟାଳୟରେ ଥିବା ମାତ୍ର ଦୁଇଟି ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି। ବର୍ଷା ଦିନରେ ଘରେ ପାଣି ଗଳୁଛି। ଯାହା ଫଳରେ ପାଠ ପଢାରେ ବାଧା ପ୍ରାପ୍ତ ହେଉଛି। କେବଳ ଶ୍ରେଣୀ ଅଭାବ ରହିଛି ତା ନୁହେଁ ଖେଳ ପଡିଆ, ଶୌଚାଳୟ, ପାଚେରୀ ମଧ୍ୟ ନାହିଁ। ଏପରିକି ଶିକ୍ଷକମାନଙ୍କ ପାଇଁ କାର୍ଯ୍ୟାଳୟ ଗୃହ ନାହିଁ। ସବୁ କିଛି ଅବ୍ୟବସ୍ଥାରେ ଚାଲିଥିଲେ ମଧ୍ୟ କାହାରିକୁ ଦୃଷ୍ଟି ପଡୁ ନଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୋହିତ କୁମାର ପଲାଇ। ପିଲାଙ୍କ ଶ୍ରେଣୀ ଗୃହ ଆବଶ୍ୟକତା ଦୃଷ୍ଟି କୋଣରୁ ଗତ ୨୦୧୩ ମସିହାରେ, ଡେଙ୍ଗେସଖାଲ ଗାଁ ନିକଟରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବିନିମୟରେ ସ୍କୁଲ କୋଠା ନିର୍ମାଣ କାମ ଆରମ୍ଭ ହୋଇଛି। ହେଲେ ବିଦ୍ୟାଳୟ କୋଠା ହସ୍ତାନ୍ତର ନ ହେଉଣୁ କୋଠାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଛାତରୁ ପାଣି ଗଳୁଛି, ଏ ଯାଏଁ ନିର୍ମାଣାଧୀନ ବିଦ୍ୟାଳୟ କୋଠାରେ ବିଦ୍ୟୁତ୍ ସଂଯୋଗ ହୋଇଁନଥିବା ବେଳେ ପାଣି ବ୍ୟବସ୍ଥା ହୋଇନାହିଁ। ଏପରିକି ସେଠାକୁ ଯିବାକୁ ଭଲ ରାସ୍ତା ମଧ୍ୟ ନାହିଁ। ତେବେ ତୁରନ୍ତ ବିଦ୍ୟାଳୟର କୋଠା ନିର୍ମାଣ କାମ ଶେଷ କରି ପିଲାଙ୍କ ବ୍ୟବହାରପଯୋଗି କରିବାକୁ ଛାତ୍ରଛାତ୍ରୀ , ପୂର୍ବତନ ସରପଂଚ ମୁକୁନ୍ଦ ମଲ୍ଲିକ ଡେଙ୍ଗେସ୍ଖାଲ ପଞ୍ଚାୟତ ଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ଙ୍କୁ ପଚାରିବାରୁ କାହିଁକି ଏ ଯାଏଁ ସ୍କୁଲ ନିର୍ମାଣ କାମ ଶେଷ ହୋଇ ନାହିଁ, ତାର ଅନୁଧ୍ୟାନ କରି କିପରି ତାହା ସ୍କୁଲ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ହସ୍ତାନ୍ତର କରାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories