ବାଙ୍କୀ ନିର୍ବାଚନ ମଣ୍ଡଳିରେ ୨୩୭ ବୁଥ୍‌, ଜୋରଦାର ହେଉଛି ପ୍ରଚାର

କଳାପଥର (ବାଙ୍କୀ): ଆସନ୍ତା ୨୫ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବାଙ୍କୀ ନିର୍ବାଚନ ମଣ୍ଡଳିରେ ସମୁଦାୟ ୨ଲକ୍ଷ ୧୮ହଜାର ୯୪୧ଜଣ ମତଦାତା ସମୁଦାୟ ୨୩୭ଗୋଟି ବୁଥ୍‌ରେ ସେମାନଙ୍କର ମତଦାନ କରିବେ । ସେଥିମଧ୍ୟରୁ ୧୧୩୬୬୧ଜଣ ପୁରୁଷ, ୧୦୫୨୭୦ ମହିଳା ଓ ତୃତୀୟ ଲିଙ୍ଗ ୧୦ଜଣ ଅଛନ୍ତି । ଏଥିପାଇଁ ୨୫ଗୋଟି ସଖିବୁଥ୍‌, ୨ଗୋଟି ଯୁବ ପରିଚାଳନା କେନ୍ଦ୍ର ଏବଂ ୪ଗାଟି ଇକୋଫ୍ରେଣ୍ଡଲି ବୁଥ୍‌, ୬ ଗୋଟି ଏଥେନିକ୍ କେନ୍ଦ୍ର ଏବଂ ୩୭ଗୋଟି ଆଦର୍ଶ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

ତେବେ ବାଙ୍କୀ ଅଂଚଳରେ ଜୋରଦାର ହେଉଛି ପ୍ରଚାର। ବିଜେଡିର ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ଆଜି ବାଙ୍କୀ ଏନ୍‌.ଏ.ସି ଅଞ୍ଚଳର ୧୧ନମ୍ବର ୱାର୍ଡ ମନ୍ଦିର ସାହି ଓ ଭୋଇ ସାହିରେ ଘରକୁ ଘର ବୁଲି ପଦଯାତ୍ରା କରି ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ପୂର୍ବତନ କାଉନସିଲର ସାଗିରକ ରଣା, ବେଣୁଧର ରଣା, ଦିଲ୍ଲିପ୍ କୁମାର ମହାପାତ୍ର, ସୁଧୀର ରଣା, ସୁରେନ୍ ରଣା, ପ୍ରଦୀପ କୁମାର ପୃଷ୍ଟି ପ୍ରମୁଖ ଏହି ପଦଯାତ୍ରାରେ ଉପସ୍ଥିତ ଥିଲେ। ସେହିପରି ୱାର୍ଡ ନମ୍ବର ୧୦ ବାଙ୍କୀ ବଜାର ଅଞ୍ଚଳରେ ଭୋଟ ପ୍ରଚାର କରାଯାଇଥିଲା। ନଗରପାଳ ମାଣିକ ସାହୁ, କାଉନସିଲର ରାଜେନ୍ଦ୍ର ମହାପାତ୍ର, ପୂର୍ବତନ କାଉନସିଲର ସ୍ନେହାଞ୍ଚଳି ମହାପାତ୍ର, ପ୍ରଦୀପ କୁମାର ପ୍ରଧାନ, କାଶିନାଥ ପ୍ରଧାନ, ସଂଜୟ ପ୍ରଧାନ, ଅନୁପମ ବଥୁଆଲ୍, ଜିତେନ୍ କୁମାର ମହାପାତ୍ର, ଅଜୟ ପରିଡା, ଉତ୍ପଳ ପଟ୍ଟନାୟକ, ଅନନ୍ଦ ବଥୁଆଲ୍‌, ଶମ୍ବୁଭୁତ୍ ପ୍ରମୁଖ ଘରକୁ ଘର ବୁଲି ବିଜେଡି ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ଓ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେଇ ନିର୍ବାଚିତ କରାଇବାକ ଭୋଟରମାନଙ୍କୁ ନିବେଦନ କରିଥିଲେ । ଅପରାହ୍ନରେ ୱାର୍ଡ ନମ୍ବର ୫ ବେଦପୁର ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ କର୍ମୀମାନେ ଘରକୁ ଘର ବୁଲି ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ଓ ସାଂସଦ ପ୍ରାର୍ଥୀ ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏଥିରେ ନଗରପାଳ ମାଣିକ ସାହୁ, ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ରାଜେନ୍ଦ୍ର ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ସନାତନ ବେହେରା, ଛାତ୍ର ବିଜେଡି ସଭାପତି ବ୍ରଜବଲ୍ଲଭ କର, ବ୍ରଜକିଶୋର ବେହେରା, ବିରଂଚି ବେହେରା, ଜୟଶ୍ରୀପତି, ବେଣୁଧର କର, ପ୍ରିୟମ୍ବଦା ପଣ୍ଡା, ରଜତ ସ୍ୱରୂପ ପଣ୍ଡା ପ୍ରମୁଖ ଉପସ୍ଥିତ ହୋଇ ବିଜେଡି ପ୍ରାର୍ଥୀମାନଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିଲେ। ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କ ପତ୍ନୀ ଡକ୍ଟର ଇପ୍‌ସିତା ଶତପଥୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମକର୍ତ୍ତାମାନେ ସରଣ୍ଡା ଅଞ୍ଚଳର ବାଉଁପୁଟ ପଂଚାୟତ ସମତେ ବିଭିନ୍ନ ପଂଚାୟତର ଘରକୁ ଘର ବୁଲି କଂଗ୍ରେସ ପ୍ରାର୍ଥୀ ଡକ୍ଟର ପଟ୍ଟନାୟକଙ୍କ ପାଇଁ ଭୋଟ ଦେବାପାଇଁ ନିବେଦନ କରିଥିଲେ। ଆଇନଜୀବୀ ତଥା ବରିଷ୍ଠ କଂଗ୍ରେସ ନେତା ବିଶ୍ୱରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.