www.samajalive.in
Monday, December 15, 2025
16.1 C
Bhubaneswar

ପୂର୍ବତନ ରାଜ୍ୟପାଳ ଏମ୍‍.ଏମ୍‍. ରାଜେନ୍ଦ୍ରନଙ୍କ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଡେସ୍କ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୂର୍ବତନ ରାଜ୍ୟପାଳ ଏମ୍‍.ଏମ୍‍. ରାଜେନ୍ଦ୍ରନଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘Service Uninterrupted’କୁ ଲୋକାର୍ପଣ କରି ଶିଶୁଙ୍କ ବିକାଶ ପାଇଁ ପୂର୍ବତନ ରାଜ୍ୟପାଳଙ୍କ କାର୍ଯ୍ୟ ଓ ଯୋଜନା ପ୍ରଣୟନରେ ଭୂମିକାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ନିଜ ଦାୟିତ୍ୱ ଓ କର୍ତବ୍ୟ ପ୍ରତି ସଦା ସଚେତନ ଏବଂ ସମର୍ପିତ ବ୍ୟକ୍ତି ସବୁ ସ୍ତରରେ ପ୍ରଶଂସିତ ଓ ଏପରି ଏକ ସଫଳ ଦୃଷ୍ଟାନ୍ତ ହେଉଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‍. ଏମ୍‍. ରାଜେନ୍ଦ୍ରନ ଯେ କି ବିଭିନ୍ନ ଉଚ୍ଚ ପଦପଦବୀରେ କାର୍ଯ୍ୟ କରି ଓ ନିରନ୍ତର ସେବା ପ୍ରଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ସେ ଯୁବପିଢିଙ୍କ ପାଇଁ ଆଦର୍ଶ ଓ ପ୍ରେରଣା ହୋଇପାରିଛନ୍ତି।

ନିଜର ଦୀର୍ଘ ଅଭିଜ୍ଞତା ଓ ପ୍ରଶାସନିକ ଦକ୍ଷତା ଏବଂ ଜ୍ଞାନକୁ ନେଇ ପୁସ୍ତକ ରଚନା କରିଥିବାରୁ ପୂର୍ବତନ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ସବୁ ବର୍ଗର ଜନସାଧାରଣଙ୍କ ପାଇଁ ଉପାଦେୟ ହେବ ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ପୂର୍ବତନ ରାଜ୍ୟପାଳ ଏମ୍‍.ଏମ୍‍. ରାଜେନ୍ଦ୍ରନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ କାର୍ଯ୍ୟ କରିବା ସମଯରେ ଘଟିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ପ୍ରତିକୂଳ ପରିସ୍ଥିତିରେ ସେ ବିଚଳିତ ନ ହୋଇ ଏହାର ସାମ୍ନା କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି। ସେ ସର୍ବଦା କଠିନ ପରିଶ୍ରମ ଓ ନିଷ୍ଠାର ସହ କାର୍ଯ୍ୟ କରି ଆସିଛନ୍ତି ବୋଲି କହିବା ସହ ଆହ୍ୱାନ ଓ ଅସୁବିଧା ମଧ୍ୟରେ ଏଥିରୁ ଉତୀର୍ଣ୍ଣ ହେବା ପାଇଁ ଦୃଢ ମନୋବଳ ସହିତ ବାଟ କାଢିବା ପ୍ରକୃତ ପକ୍ଷେ ସଫଳତାର ରହସ୍ୟ। ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟ କରିବାର ଅନୁଭୂତି ଅନନ୍ୟ ଓ ଏହା ତାଙ୍କୁ ଅଶେଷ ଆତ୍ମ ସନ୍ତୋଷ ପ୍ରଦାନକରିଛି ଓ ସମ୍ମାନ ଆଣିଦେଇଛି ବୋଲି ସେ ପ୍ରକାଶ କରିଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories