ପିପିଲି: ଦାଣ୍ଡମୁକୁନ୍ଦପୁର-ପିପିଲି ପୂର୍ତ୍ତ ବିଭାଗ ରାସ୍ତାର ତେଇସିମାଇଲି ଛକ ଠାରେ ଗୁରୁବାର ସଂନ୍ଧ୍ୟାରେ ଏକ ଅଟୋରିକ୍ସା ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଓଲଟି ପଡିବା ଫଳରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଦାଣ୍ଡମୁକୁନ୍ଦପୁରରୁ ପିପିଲି ଅଭିମୁଖେ ଉକ୍ତ ଅଟୋରିକ୍ସା ଆସୁଥିବା ବେଳେ ତେଇସିମାଇଲି ଛକ ଠାରେ ହଠାତ୍ ଏକ ଗାଇ ରାସ୍ତା ଉପରକୁ ଦଉଡି ଆସିଥିଲା। ଫଳରେ ଅଟୋଟି ଭାରସାମ୍ୟ ହରାଇ ଗାଇ ସହ ଖୁବ୍ ଜୋର୍ରେ ଧକ୍କା ଲାଗି ରାସ୍ତା ଉପରେ ଓଲଟି ପଡିଥିଲା। ଅଟୋରେ ବସିଥିବା ଜଣେ ମହିଳା ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ। ପିପିଲି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
Popular Categories



