nua o banner

ବାଙ୍କୀ ଉପଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଖଜୁରିପଦା ଗ୍ରାମ ଗ୍ରସ୍ତ

bjd  ek lkhya koti banner

କଳାପଥର(ବାଙ୍କୀ): ବାଙ୍କୀ ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ନିମନ୍ତେ ଆଜି ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ମହାପାତ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳାପଥର ନିକଟ ଖଜୁରିଆପଦା ଗ୍ରାମ ଗ୍ରସ୍ତ କରିଛନ୍ତି। ଉପଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନେତୃତ୍ୱ ରେ ଏକ ଟିମ ମାର୍ଚ୍ଚ କରିବା ସହିତ ଉପଜିଲ୍ଲାପାଳ ତୃଣମୂଳ ସ୍ତରରେ ନିର୍ବାଚନ ସମ୍ବନ୍ଧୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆସନ୍ତା ସାଧାରଣ ନିର୍ଵାଚନକୁ କିପରି ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳନା କରାଯିବା ସେହି ବିଷୟରେ ଆଲୋଚନା କରାଯାଇଛି। ତତ ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାତା ମାନେ ଯେପରି ନିଜର ମତଦାନ କରିବେ ସେ ସମ୍ବନ୍ଧରେ ଭୋଟର ମାନଙ୍କୁ ସଚେତନ କରିବା ସହିତ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ନିର୍ଭୁଲ ରୂପେ ପରିଚାଳନା କରିବା ପାଇଁ ହେବାକୁ ଥିବା ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି।

Comments are closed.