nua o banner

ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

bjd  ek lkhya koti banner

ଚୌଦ୍ୱାର: ସାମାନ୍ୟ କଥାକୁ ନେଇ ଚୌଦ୍ୱାର ମୁସଲିମ ସାହିରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହିତ ଗାଡ଼ି ମଟର ଭଙ୍ଗାରୁଜା ହୋଇଥିବା ଜଣା ପଡ଼ିଛି । ପରିସ୍ଥିତିକୁ ଦେଖି ଚୌଦ୍ୱାର ପୁଲିସ ତରଫରୁ ସାହିର ବିଭିନ୍ନ ସ୍ଥାନରେ ଫୋର୍ସ ମୃତୟନ କରାଯାଇଛି ।

ପୁଲିସ ସୂଚନାମତେ ଇଦ୍ ପରଦିନ ରୂପଯାତ୍ରା ପଡିଆ ନିକଟ ମୁସଲିମ ସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ କୌଣସି କାରଣକୁ ନେଇ ୨ଗୋଷ୍ଠୀ ମଧ୍ୟରେ ବଚଷା ଓ ମାଡପିଟ ହୋଇଥିଲା । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ ।

ଘଟଣା ପରଦିନ ଗୋଟିଏ ଗୋଷ୍ଠୀର କିଛି ଯୁବକ ଅନ୍ୟଗୋଷ୍ଠୀର ୩ଟି ଗାଡିର କାଚ ଭାଙ୍ଗି ଦେବାକୁ ନେଇ ପୁଣି ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା । ଉଭୟ ଗୋଷ୍ଠୀ ତରଫରୁ ପୃଥକ ଭାବେ ୨ଟି ଲିଖିତ ଅଭିଯୋଗ ଥାନାରେ ଦାଖଲ ହୋଇଥିବା ଆଇଆଇସି ବିଶ୍ୱରଞ୍ଜନ ସାହୁ ସୂଚନା ଦେଇଛନ୍ତି ।

Comments are closed.