ତେଲକୋଇ: ଗ୍ରାମାଞ୍ଚଳ ମେଧା ବୃତ୍ତି ପରୀକ୍ଷା -୨୦୨୨ ରେ ତେଲକୋଇ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ନିତୁଶ୍ରୀ ସାହୁ ୧୦୦ ରୁ ୮୩ ନମ୍ୱର୍ ରଖି ବ୍ଲକରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପଇଦା ତଥା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ ନିତୁଶ୍ରୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ନିତୁଶ୍ରୀ ଅନୁଗୋଳ ଜିଲ୍ଲା ଓଡ଼ଶ ଗ୍ରାମର ଭକ୍ତ ରଞ୍ଜନ ସାହୁ ଓ ପ୍ରତିଭାରାଣୀ ବେହେରାଙ୍କ ସୁପୁତ୍ରୀ ଅଟନ୍ତି।
Popular Categories



