କ ନୂଆଗାଁ: କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ କ ନୂଆଗାଁ ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ କରାଯଇଛି। ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବ୍ଲକ ସଭାପତି ବାସୁଦେବ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲିକ, ସାଂସଦ ପ୍ରତିନିଧି ସହଦେବ ପାତ୍ର, ଅଚୁତ ପାତ୍ର, ୧୪ଟି ପଞ୍ଚlୟତର ସରପଞ୍ଚ ସମିତି ସଭ୍ୟଙ୍କ ସମେତ ବିଜେଡି କର୍ମୀ ସାମିଲ ହୋଇଥିଲେ। କେନ୍ଦ୍ର ଉଷୁନା ଚାଉଳ ରାଜ୍ୟରୁ ଉଠେଇବା ପରିମାଣ କମେଇବା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପାଞ୍ଚ କେଜି ଚାଉଳ କାଟିଦେବା ପ୍ରସଙ୍ଗରେ କ ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ଓ ଗଣ ଧାରଣା ଦେଇଛି ବିଜେଡି।
Popular Categories



