ପରିବ୍ୟାପ୍ତ ପରିଧି ପୁସ୍ତକ ଲୋକାର୍ପିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗିରିଜା ଶଙ୍କର ରଥଙ୍କ ପରିବ୍ୟାପ୍ତ ପରିଧି ପୁସ୍ତକ ଲୋକାର୍ପିତ ହୋଇଛି। ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ରଥ ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ମନବୋଧ ପାଣିଗ୍ରାହୀ ଯୋଗ ଦେଇଥିଲେ।

Comments are closed.