www.samajalive.in
Sunday, December 14, 2025
26.1 C
Bhubaneswar

ବିଦ୍ୟୁତ୍ ତାର ଲାଗି ଯୁବକ ଗୁରୁତର ଘଟଣା, ଏନଏଚଆରସିଙ୍କ ରିପୋର୍ଟ ତଲବ

ଭବାନୀପାଟଣା: ଗତ ବର୍ଷ ସେପ୍ଟେମ୍ବର ୧୯ ତାରିଖ ଦିନ ବାରହା ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ୍ ତାର ଲାଗି ଜୁନାଗଡ଼ ବ୍ଲକ୍ କେନ୍ଦୁପାଟି ଗାଁର ହରେକୃଷ୍ଣ ସାହୁ (୩୯) ଗୁରୁତର ଆହତ ହେଇଥିଲେ। ଜୁନାଗଡ଼ ଏବଂ ଭବାନିପାଟଣା ଡାକ୍ତରଖାନାରେ ଚିକିତ୍ସା ପରେ ବୁର୍ଲା ମେଡିକାଲରେ ପ୍ରାୟ ୪ ମାସ ଭର୍ତ୍ତି ହେଇଥିଲେ। ଏହାସତ୍ତ୍ୱେ ସେ ବର୍ତ୍ତମାନ ଏକପ୍ରକାର ଭିନ୍ନକ୍ଷମ ଜୀବନ ଯାପନ କରୁଛନ୍ତି। ତେବେ ଏଇ ସଂକ୍ରାନ୍ତରେ ଜୁନାଗଡ଼ ଥାନାରେ ଅଭିଯୋଗ ସତ୍ବେ ପୋଲିସ ଅଭିଯୋଗ ପତ୍ର ଗ୍ରହଣ କଲା ନାହିଁ। ଏଣୁ ସଞ୍ଜୀବ ଶତପଥୀ ନାମକ ଜନୈକ ଓକିଲ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଇଥିଲେ। ଏହାକୁ ଏନଚଆରସି ଗୁରୁତ୍ଵର ସହିତ ଗ୍ରହଣ କରି କଳାହାଣ୍ଡି ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ୮ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ତେବେ ବର୍ତ୍ତମାନ ଏକପ୍ରକାର ଭିନ୍ନକ୍ଷମ ହୋଇଯାଇଥିବାରୁ ପୀଡ଼ିତ ହରେକୃଷ୍ଣ କାମକୁ ଯାଇ ପାରୁନାହାନ୍ତି। ଫଳରେ ପରିବାରର ଭରଣ ପୋଷଣ ମଧ୍ୟ ହେଇପାରୁ ନଥିବା ହରେକୃଷ୍ଣ ସମାଜକୁ କହିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories