ଫୁଲବାଣୀ: ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ପଞ୍ଚାୟତର ବଇଡ଼ାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଲାଲ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗଞ୍ଜୁଗୁଡ଼ା ପଞ୍ଚାୟତ ସରପଞ୍ଚ ଆଲୋକ କହଁର ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଗଞ୍ଜୁଗୁଡ଼ା ପଞ୍ଚାୟତ ସମିତି ସଭ୍ୟ ପ୍ରଭାକର ପ୍ରଧାନ, ମଙ୍ଗଳ ବିଭାଗ ଇଷ୍ଟାବ୍ଲେଶିମେଣ୍ଟ ଅଫିସର ଦେବେନ୍ଦ୍ର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଗାମ୍ବର କହଁର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାଇସ ପ୍ରିନ୍ସିପାଲ ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏଠିରେ ବିଭିନ୍ନ କ୍ରୀଡାରେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
Popular Categories



