www.samajalive.in
Wednesday, December 10, 2025
26.1 C
Bhubaneswar

ବଗଲା ସ୍ମାରକୀ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ, କେନ୍ଦ୍ରାପଡ଼ା ଚମ୍ପିଆନ

ଆଠଗଡ଼: ଆଠଗଡ଼ ଭଲିବଲ ଆନୁକୁଲ୍ୟରେ ଶୁକ୍ରବାର ସ୍ଥାନୀୟ ଝୁଲଣ ପଡ଼ିଆରେ ଚାଲିଥିବା ଏକଦିବସୀୟ ଦିବାରାତ୍ର ବଗଲା ସ୍ମାରକୀ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ମୁଖ୍ୟଅତିଥି ଏବଂ ଏନଏସି ଅଧିକ୍ଷା ସସ୍ମିତା ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିଥିଲେ। ଏହି ଅବସରରେ ଓଡ଼ିଶାର ଏକମାତ୍ର ଆନ୍ତର୍ଜାତୀୟ ଭଲିବଲ ରେଫରି ସୁଦର୍ଶନ ପଟ୍ଟନାୟକଙ୍କୁ ଅତିଥି ଦ୍ୱୟ ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ରାପଡ଼ା ଭଲିବଲ କ୍ଲବ, ଯାଜପୁରର ଭୂମିକା ଭଲିବଲ କ୍ଲବ, ଭୁବନେଶ୍ୱରର ବ୍ଲୁ ମୁନ୍‌‌ ଭଲିବଲ କ୍ଲବ, ପୁରୀ ଭଲିବଲ କ୍ଲବ ଏବଂ ବେଙ୍ଗଲ-ଖଡଗପୁର ଭଲିବଲ କ୍ଲବ ଆଦି ୫ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ଯାଜପୁରର ଭୂମିକା କ୍ଲବକୁ ୨-୧ ସେଟ୍‌‌ରେ ପରାସ୍ତ କରି କେନ୍ଦ୍ରାପଡ଼ା ଭଲିବଲ କ୍ଲବ ଚମ୍ପିଆନ୍‌‌ ଆଖ୍ୟା ଅର୍ଜନ କରିଥିଲା। ରମାକାନ୍ତ ପଟ୍ଟନାୟକ, ସୁଦର୍ଶନ ପଟ୍ଟନାୟକ ଓ ପ୍ରିୟରଞ୍ଜନ ରେଫରି ଭାବେ ଖେଳଗୁଡିକୁ ପରିଚାଳନା କରିଥିଲେ। ଆୟୋଜକ ଆଠଗଡ଼ ଭଲିବଲ୍‌‌ ଆସୋସିଏସନର ସଂପାଦକ ପ୍ରଦ୍ୟୁମ୍ନ କୁମାର ରାୟସାମନ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌‌ଯାପନୀ ଉତ୍ସବରେ ବିଜେଡି ଯୁବନେତା ତଥା ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିଆନ ଓ ରନର୍ସଅପ ଦଳକୁୁ ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ କରିଥିଲେ। ପାର୍ଥସାରଥୀ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ମିଲନ ସାମନ୍ତ, ସାରଦା ପ୍ରସାଦ ଦାସ, ନିରୋଦ ସାହୁ, ଗଗନ ରଞ୍ଜନ ଦାସ, ନିରଞ୍ଜନ ଦାସ ଓ ଅରୁଣ ଦାସଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories