www.samajalive.in
Monday, December 15, 2025
15.1 C
Bhubaneswar

ବଞ୍ଚି ଥାଉ ଥାଉ ଥାଉ ମୃତ ଘୋଷଣା କରିଦେଲେ ଅଧିକାରୀ, ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ୭୩ ବର୍ଷୀୟ ବୃଦ୍ଧା

ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲି ଗ୍ରାମପଞ୍ଚାୟତର ଲୁଡ୍ରୁ ଗ୍ରାମର ଜଣେ ୭୩ ବୟସ୍କା ବୃଦ୍ଧାଙ୍କୁ ବଞ୍ଚିଥିବା ଅବସ୍ଥାରେ ମୃତ ଘୋଷଣା କିର ଭତ୍ତା ଟଙ୍କା ତାଲିକାରୁ ନାମ କାଟି ଦେଇଛନ୍ତି ସରକାରୀ ବାବୁ। ବୃଦ୍ଧ ମହିଳା ଜଣଙ୍କ ହେଲେ ମାଣିକ ନାୟକ। ସେ ସଠିକ ଭାବେ ଚାଲିବୁଲି ପାରୁନଥିବା ବେଳେ ହାତ ଧରି ଚଲାଇଲେ ଚାଲୁଛନ୍ତି। କିନ୍ତୁ ତାଙ୍କୁ ଏବେ ସରକାରୀ କାଗଜପତ୍ରରେ ମୃତ ଘୋଷଣା କରିଦିଆଯାଇଛି। ଫଳରେ ଦୀର୍ଘ ୬ ମାସ ହେବ ଭତ୍ତା ପାଇପାରୁ ନଥିବା ଅଭିଯୋଗ କରିଛନ୍ତି। ମାଣିକ ନାୟକ ନିଜ ଗ୍ରାମରେ ଲୁଡ୍ରରେ ରହି ପୁର୍ବରୁ ଭତ୍ତା ପାଉଥିଲେ। କିନ୍ତୁ ଦେହ ଅସୁସ୍ଥ କାରଣରୁ ଚନ୍ଦ୍ରଗିରି ଗ୍ରାମ ସ୍ଥିତ ତାଙ୍କ ପୁଅ ମିଲନ୍ ନାୟକଙ୍କ ପାଖରେ ଆସି କିଛି ଦିନ ହେବ ରହୁଛନ୍ତି। ଚନ୍ଦ୍ରଗିରି କାନାରା ବ୍ୟାଙ୍କରେ ଥିବା ମାଣିକଙ୍କ ଏକାଉଣ୍ଟକୁ ଭତ୍ତା ଟଙ୍କା ଆସୁଥିଲା। କିନ୍ତୁ କିଛି ମାସ ହେବ ଆଉ ଟଙ୍କା ନଆସିବାରୁ ମାଣିକଙ୍କ ପୁଅ ମୋହନା ବ୍ଲକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଭତ୍ତା ନପାଇବାର କାରଣ ପଚାରିଥିଲେ। ତେବେ ମାଣିକ ନାୟକଙ୍କୁ ପଞ୍ଚାୟତ ସ୍ତରରେ ମୃତ ଘୋଷଣା କରାଯାଇଥିବାରୁ ତାଙ୍କ ଭତ୍ତା କଟିଯାଇଛି ବୋଲି ଲିଖିତ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ। ମାଣିକ ନାୟକ ଜୀବିତ ଥାଉ ଥାଉ ତାଙ୍କୁ ମୃତ ଘୋଷଣା କରାଯାଇଥିବା ଯୋଗୁଁ ହତବାକ୍ ହୋଇଯାଇଛନ୍ତି ଉଭୟ ମା ପୁଅ। ତେଣୁ ଯେଉଁ ଅଧିକାରୀ ମାନେ ଏଭଳି କାର୍ଯ୍ୟ କରିଛନ୍ତି ତାଙ୍କ ପ୍ରତି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବ଼ଞ୍ଚିଥିବା ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ ତୁରନ୍ତ ତ୍ତତ୍ତା ଟଙ୍କା ଯୋଗଦେଇବାକୁ ଦାବି କରିଛନ୍ତି ପୁଅ ମିଲନ୍ ନାୟକ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories