ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର

ଜି.ଉଦୟଗିରି: ଓଡିଶା ସରକାରଙ୍କ ଦ୍ବାରା ପ୍ରାୟୋଜିତ ତଥା ଓଡିଆ ଭାଷା ଓ ସାହିତ୍ୟ ପ୍ରତିଯୋଗିତା ଆଧାରରେ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଓଡିଶାର ସାଂସ୍କୃତିକ ପରମ୍ପରାରେ ଜଗନ୍ନାଥ ସଂସ୍କୃତି ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ବିଭାଗ ମୁଖ୍ୟା ଅଧ୍ୟାପିକା ସୁପ୍ରିୟା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଫୁଲବାଣୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡଃ.ସୁଜିତ କୁମାର ପଣ୍ଡା ଯୋଗଦେଇ ଜଗନ୍ନାଥ ସଂସ୍କୃତିର ଐତିହାସିକ, ସାଂସ୍କୃତିକ ଏବଂ ସାମାଜିକ ମୂଲ୍ୟବୋଧ ସମ୍ପର୍କରେ ଆଲୋକପାତ କରିଥିଲେ।ଅଧ୍ୟାପକ ଡଃ.ନଳିନୀ କୁମାର ପାଣିଗ୍ରାହୀ କାଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ମାମିନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସବିତା ଟୁଡୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.