କଲ୍ୟାଣସିଂହପୁର: ରାୟଗଡ଼ା ଜ଼ିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହ ଠାରେ ବ୍ଲକ ସ୍ତରୀୟ ଲୋକକଳା କଳାକାରଙ୍କ ଦ୍ଵିତୀୟ ପର୍ଯ୍ୟାୟ କର୍ମଶାଳା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ସରକାରଙ୍କ ୧୫ ଗୋଟି ଜନହିତକର ଯୋଜନାକୁ ନେଇ ଲୋକକଳା କଳାକାରଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ଜଣାପଡ଼ିଛି। ଏହି ଦ୍ଵିତୀୟ ଦିନ କର୍ମଶାଳା ଶିବିରରେ କଲ୍ୟାଣସିଂହପୁର ବ୍ଲକ୍ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା, ଜିଲ୍ଲା ସଂସାଧନ କର୍ମୀ ତଥା ବରିଷ୍ଠ କଳାକାର ଗଗନ ବିହାରୀ ସ୍ୱାଇଁ, ଜିପିଓ ସ୍ଵତାମ୍ବର ପ୍ରଧାନୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ୍ ସିଂହ ସାମନ୍ତ ମଞ୍ଚାସିନ ରହିଥିଲେ। ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଆଦିବାସୀ ଗୁର୍କା ନାଚ, ଡଙ୍ଗରିଆ ନାଚ, ଘୁମୁରା ନାଚ, ସଙ୍କୀର୍ତ୍ତନ ଦଳ, ଲୋକନାଟ୍ୟ ଦଳ ପନ୍ଦରଟି ଯୋଜନାକୁ ନେଇ ଲୋକକଳା ମାଧ୍ୟମରେ କଳା ପରିବେଷଣ କରିଥିଲେ।
Popular Categories



