ଫୁଲବାଣୀକୁ ଯୋଡ଼ି ନୂଆ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଫୁଲବାଣୀ: ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନରେ ଆଜି ଦଶପଲ୍ଲା ଯାଏଁ ରେଳ ଚଳାଚଳକୁ ଦଶପଲ୍ଲା ଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁଭାରମ୍ଭ କରିବା ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳ ପଥକୁ ରାଜ୍ୟ ସରକାରଙ୍କ ସର୍ଭେ ସଂସ୍ଥା ଓରିଡିଲ୍ ଫୁଲବାଣୀକୁ ବାଦ୍ ପକାଇ ପଠାଇଥିବା ଡିପିଆରକୁ ପ୍ରତ୍ୟାଖ୍ୟାନ କରି ପୁନର୍ବାର ଫୁଲବାଣୀକୁ ଯୋଡ଼ି ନୂଆଁ ଡିପିଆର୍ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କ ମାଧ୍ୟମରେ ଓରିଡିଲକୁ କହିଥିବା ସୂଚନା ଦେଇଛନ୍ତି।

prayash

ଗତ ସନ୍ଧ୍ୟାରେ ଫୁଲବାଣୀ ସ୍ଥିତ ବୟନିକା ଛକରେ ଦୀର୍ଘଦିନ ହେବ ଏହି ଦାବିକୁ ନେଇ ଲଢେଇ କରି ଆସୁଥିବା କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆବାହକ ଗୋଲକ ବିହାରୀ କଅଁରଙ୍କ ନେତୃତ୍ୱରେ ଶତାଧିକ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି।

kalyan agarbati

Comments are closed.