www.samajalive.in
Wednesday, November 12, 2025
19.1 C
Bhubaneswar

ରାଜନଗର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଲେ ଅବସରପ୍ରାପ୍ତ କର୍ମଚାରୀ ଓ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମରେ ଆଜି ଏକ ବୈଠକ ପୁଣ୍ୟତୋୟା ବୈତରଣୀ ନଦୀ କୁଳରେ ଅବସ୍ଥିତ ଥିବା ରଘୁନାଥଜୀଉ ମଠରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ୪୦ ଜଣ ଅବସରପ୍ରାପ୍ତ କର୍ମଚାରୀ ଓ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଯୋଗ ଦେଇ ଗ୍ରାମର ବିଭିନ୍ନ ପ୍ରକାର ଉନ୍ନତିକରଣ କାର୍ଯ୍ୟ ଦିଗରେ ଆଲୋଚନା କରିଥିଲେ। ପ୍ରଥମରେ ଗ୍ରାମ ମୁରବି ମଣ୍ଡଳୀଙ୍କ ଚୟନ, ଦ୍ୱିତୀୟରେ ଶ୍ରୀ ରଘୁନାଥ ଜୀଉ ମଠ ଓ ଶୈବ୍ୟା କାବେରୀ ତୀର୍ଥ ଓ ଘାଟ ପରିସରରେ ଉନ୍ନତି ଓ ସଫେଇ, ତୃତୀୟ ରେ ଶ୍ରୀ ଦଧିବାମନ ଜୀଉ ମନ୍ଦିରର ଉନ୍ନତିକରଣ, ଚତୁର୍ଥରେ ଶ୍ରୀ ରଘୁନାଥ ଜୀଉ, ଶ୍ରୀ ଦଧିବାମନ ଜୀଉ, ମା ଅନ୍ଧାରୀଙ୍କ ବାର୍ଷିକ ଉତ୍ସବରେ ସୁପରିଚାଳନା, ପଞ୍ଚମରେ ଶିକ୍ଷା ଅନୁଷ୍ଠାନ, ଡାକ୍ତରଖାନା, ପଶୁ ଡାକ୍ତରଖାନା, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ପୋଷ୍ଟ ଅଫିସ ପ୍ରଭୃତି ଅନୁଷ୍ଠାନର ସୁପରିଚାଳନା, ଷଷ୍ଠରେ ଗ୍ରାମ ନାଗରିକ ମାନଙ୍କ ଏକତା ଓ ଗ୍ରାମରେ ସୁବାତାବରଣ, ସପ୍ତମରେ ଗ୍ରାମର ବର୍ଷିଆନ ନାଗରିକଙ୍କ ଚିର ବିଦାୟ ସମୟରେ ସମସ୍ତେ ତାଙ୍କ ଶବାଧାର ନିକଟରେ ଉପସ୍ଥିତ ରହିବା ନେଇ ସର୍ବସମ୍ମତ ନିଷ୍ପତି ହୋଇଥିଲା। ବୈଠକରେ ନଟବର ପାଣି ସଭାପତିତ୍ବ କରିଥିଲା ବେଳେ ବରିଷ୍ଠ ନାଗରିକ ଶରତଜ୍ୟୋତି କର, ଧରଣୀଧର ଦାସ, ପ୍ରତାପ ରଣା, ଅକ୍ଷୟ ନାରାୟଣ ମିଶ୍ର ଓ ହଳଧର ମିଶ୍ର ପ୍ରମୁଖ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories