www.samajalive.in
Sunday, December 14, 2025
17.1 C
Bhubaneswar

ଗଛରେ ଧକ୍କା ହେଲା କାର, ଜଣେ ମୃତ ଓ ଡ୍ରାଇଭର ସହ ଦୁଇ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବନ୍ଧଗଡ଼ ନିକଟ ବାଲି କ୍ଷେତ ରାସ୍ତା କଡରେ ଥିବା ଏକ ଗଛରେ ଭାରସାମ୍ୟ ହରାଇ ଏକ କାର ପିଟିହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କାର ଚାଳକଙ୍କ ସହ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତ ଓ ଗୁରୁତର ତିନିଜଣ ବ୍ୟକ୍ତି ତିନି ବନ୍ଧୁ ବୋଲି ଜଣାପଡ଼ିଥିବା ବେଳ ମୃତକ ଜଣକ କଟକ ଜିଲ୍ଲା ବଡମ୍ବା ଥାନା ଗୋପୀନାଥ ପୁର ଗାଁର ଦୁଃଶାସନ ବେହେରା ଓ ଗୁରୁତର ଆହତ ହୋଇଥିବା ଦୁଇଜଣ ବ୍ୟକ୍ତି ସେହି ଗୋପୀନାଥପୁର ଗାଁର ଚନ୍ଦ୍ରକାନ୍ତ ସାହୁ ଓ ପଦ୍ମଚରଣ ସୁବୁଦ୍ଧି ବୋଲି ଜଣାପଡିଛି। ଏହି ତିନି ବନ୍ଧୁ ଦୀର୍ଘଦିନ ଧରି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ ଗୁଡିକୁ ତୁଳା ଓ ବ୍ୟାଣ୍ଡେଜ କପଡା ଯୋଗାଇବା ବ୍ୟବସାୟ କରୁଥିଲେ। ଏହି ବ୍ୟବସାୟ ପାଇଁ ସେମାନେ ରାଏଗଡା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ବିଭିନ୍ନ ମେଡିକାଲରୁ ଅର୍ଡର ନେଇ ନିଜ ଗାଁକୁ ଫେରୁଥିବା ସମୟରେ ବିଳମ୍ବିତ ରାତିରେ ଫୁଲବାଣୀ ବାଲିଗୁଡା ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଥିବା ବାଲି ଖେତ ଠାରେ ରାସ୍ତାକଡରେ ଥିବା ଏକ ଗଛରେ କାରଟି ଭାରସାମ୍ୟ ହରାଇ ପିଟି ହୋଇଥିଲା। ଦୁର୍ଘଟଣା ପରେ ଗୁରୁତର ଆହତ ହୋଇଥିବା କାର ଚାଳକ ପଦ୍ମଚରଣ ସୁବୁଦ୍ଧି ଫିରିଙ୍ଗିଆରେ ଶିକ୍ଷକ ଭାବରେ କାର୍ଯ୍ୟରତ ସେହି ଗୋପୀନାଥପୁର ଗାଁର ନିରଞ୍ଜନ ସାହୁ ନାମକ ତାଙ୍କର ଜଣେ ବନ୍ଧୁଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଘଟଣାସ୍ଥଳରେ ସମ୍ପୃକ୍ତ ଶିକ୍ଷକଙ୍କ ସହ ରବୀନ୍ଦ୍ର କୁମାର ସାହୁ ଏବଂ ଟୁନା ସାହୁ ପହଞ୍ଚି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ିରେ ତିନି ବନ୍ଧୁଙ୍କୁ ଉଦ୍ଧାର କରି ପ୍ରଥମେ ସାରଙ୍ଗଡ଼ ମେଡିକାଲକୁ ନେଇଥିଲେ ଓ ପରେ ଅବସ୍ଥା ଗୁରୁତର ହେବାରୁ ତିନିଜଣକୁ ଏକ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନେଉଥିବା ସମୟରେ ବାଟରେ ଦୁଃଶାସନ ବେହେରାଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories