www.samajalive.in
Sunday, December 14, 2025
17.1 C
Bhubaneswar

ସୁରକ୍ଷିତ ସଞ୍ଚୟ ଓ ସାଇବର ଠକାମୀ ଉପରେ ସଚେତନତା ପକ୍ଷ ପାଳନ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଶ୍ଵ ସଞ୍ଚୟ ଦିବସ ଉପଲକ୍ଷେ ପନ୍ଦର ଦିନିଆ ‘ସୁରକ୍ଷିତ ସଞ୍ଚୟ ଓ ସାଇବର ଠକାମୀ’ ଉପରେ ସଚେତନତା ପକ୍ଷ ପାଳନ ଅବସରରେ ଆନ୍ତଃ ମହାବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା ନବରଙ୍ଗପୁର ମହାବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ସ୍ମାର୍ଟ୍ ଶ୍ରେଣୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବରଙ୍ଗପୁର ଜିଲାର ତିନୋଟି ମହାବିଦ୍ୟାଳୟ ନବରଙ୍ଗପୁର ମହାବିଦ୍ୟାଳୟ, ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ଓ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଭାସ୍କର ନାଥ ବିଶ୍ଵାଳ ଯୋଗ ଦେଇ ସାଂପ୍ରତିକ ସମାଜରେ ସାଇବର ଠକାମୀ ସଂପର୍କରେ ପିଲମାନଙ୍କୁ ଅବଗତ କରାଇ ପ୍ରତିଯୋଗିତାରେ ନିଜର ଅନ୍ତଃର୍ନିହିତ ପ୍ରତିଭାକୁ ବିକଶିତ କରିବାକୁ କହିଥିଲେ। ବିଚାରକ ମଣ୍ଡଳୀ ତରଫରୁ ଇଂରାଜୀ ବିଭାଗର ଅଧ୍ୟାପକ ସଚିନ ପଣ୍ଡା ପ୍ରତିଯୋଗିତା ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ରାଜନୀତି ବିଜ୍ଞାନର ଅଧ୍ୟାପକ ପ୍ରଦୀପ୍ତ ଦାସ ଓ ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରିୟବ୍ରତ ସାହୁ ପ୍ରମୁଖ ବିଚାରକ ଭାବରେ ଦାୟିତ୍ଵ ତୁଲାଇଥିଲେ। ଏଥିରେ ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟର ସିଫା ଆର୍ବି ପ୍ରଥମ, ଇପ୍ସିତା ଦାସ ଦ୍ଵିତୀୟ ଏବଂ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଶୀତଳ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଜିଲା ଯୁବ ରେଡକ୍ରସର ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ‘ସୁରକ୍ଷିତ ସଞ୍ଚୟ ଓ ସାଇବର ଠକାମୀ’ ଉପରେ ପ୍ରତିଯୋଗୀମାନଙ୍କୁ ଦିଗଦର୍ଶନ ଦେଇ ଉତ୍ସାହିତ କରିଥିବା ବେଳେ ସାହିତ୍ୟ ସଂଗଠନର ଉପ ସଭାପତି ନନ୍ଦିତା ମିଶ୍ର ପ୍ରତିଯୋଗୀତାରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories