ଭୁବନେଶ୍ୱର: ସରକାରୀ ସ୍ତରରେ ଦୁର୍ନୀତି ରୋକିବାରେ ସୂଚନା ଅଧିକାର ଆଇନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୨୦୦୫ରୁ ୨୦୨୩ ପର୍ଯ୍ୟନ୍ତ ୧୮ବର୍ଷର ଯାତ୍ରା ମଧ୍ୟରେ ରାଜ୍ୟ ସୂଚନା ଆେୟାଗ ଅନେକ ସଫଳତା ହାସଲ କରିବା ସହ ସୂଚନା ଅଧିକାର ଆଇନ ସମ୍ପର୍କରେ େଲାକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିଛି। ସାଧାରଣ ଜନତାଙ୍କ ପାଇଁ ପ୍ରମୁଖ ଅସ୍ତ୍ର ପାଲଟିଥିବା ଏହି ଆଇନ ବଳରେ ବହୁ ଆବେଦନକାରୀ କ୍ଷତିପୂରଣ ପାଇବାରେ ସକ୍ଷମ ହୋଇପାରିଛନ୍ତି। ଏହାସହିତ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ବହୁ ସରକାରୀ ଅଧିକାରୀ ଦଣ୍ଡିତ ହୋଇଛନ୍ତି।
ଦିନ ଥିଲା ସରକାରୀ କାମ ସମ୍ପର୍କିତ ତଥ୍ୟ ସହଜରେ ମିଳୁ ନ ଥିଲା। ଫଳରେ ସରକାରୀ ଅଧିକାରୀଙ୍କ ସ୍ବେଚ୍ଛାଚାରିତା ବଢି ଚାଲିଥିଲା। େକନ୍ଦ୍ର ସରକାର ସୂଚନା ଅଧିକାର ଅାଇନ ପ୍ରଣୟନ କରିବା ପରେ ରାଜ୍ୟ ସରକାରଙ୍କ ସୂଚନା ଓ େଲାକସମ୍ପର୍କ ବିଭାଗ ପକ୍ଷରୁ ୨୦୦୫ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶିତ େହାଇଥିଲା। ୨୦୦୫ ନଭେମ୍ବର ୨୦ରେ ତତ୍କାଳୀନ ରାଜ୍ୟପାଳ ରାମେଶ୍ବର ଠାକୁର ଓଡ଼ିଶା ସୂଚନା ଆୟୋଗକୁ ଉଦଘାଟନ କରିଥିଲେ। ସେବେଠାରୁ ଆୟୋଗ ଅନେକ ଛୋଟବଡ଼ ମାମଲାର ସମାଧାନ କରିବାରେ ସଫଳ ହୋଇଛି।
ରାଜ୍ୟ ସୂଚନା ଆେୟାଗର ତଥ୍ୟ ଅନୁସାରେ ୨୦୨୧ରେ ୧୧୧୯ଟି ଅଭିେଯାଗ ଗ୍ରହଣ କରାଯାଇଥିଲା ବେଳେ ୬୨୨ଟିର ସମାଧାନ କରାଯାଇଥିଲା। େସହିପରି ୨୦୨୨ରେ ୧୪୩୫ଟି ମାମଲାରୁ ସର୍ବାଧିକ ୧୪୩୪ଟି ଅଭିେଯାଗର ସମାଧାନ କରାଯାଇ ପାରିଥିଲା। ଏହାଛଡ଼ା ଦ୍ବିତୀୟ ଆପିଲେଟରେ ୨୦୨୧ରେ ୪୧୬୫ଟି ଅଭିେଯାଗ ଗ୍ରହଣ କରାଯାଇ ୨୩୬୮ଟିର ସମାଧାନ କରାଯାଇଥିଲା। େତବେ ପୂର୍ବବର୍ଷର ବାକିଥିବା ମାମଲାକୁ ମିଶାଇ େସହିବର୍ଷ ୧୫୦୮୧ଟି ମାମଲା ରହିଥିଲା। େସହିପରି ପୂର୍ବବର୍ଷର ୧୩୦୩୯ ବକେୟା ମାମଲା ଥିଲା ବେଳେ ୨୦୨୨ରେ ୩୮୯୦ଟି ଅଭିେଯାଗ ଗ୍ରହଣ କରାଯାଇଥିଲା। େସଥିମଧ୍ୟରୁ ୪୦୬୮ଟି ଅଭିେଯାଗର ସମାଧାନ କରାଯାଇଥିଲା। ସୂଚନା ପ୍ରଦାନ େକ୍ଷତ୍ରରେ ଅବହେଳା ପ୍ରଦର୍ଶନ କରିଥିବା ସରକାରୀ ଅଧିକାରୀଙ୍କୁ େଜାରିମାନା କରାଯାଇଥିଲା ବେଳେ ୨୦୨୧ରେ ୧୯୬ ଅଧିକାରୀଙ୍କୁ ୧୮ଲକ୍ଷ ୫୦୦ ଟଙ୍କା େଜାରିମାନା କରାଯାଇଥିଲା। ଅନୁରୂପ ଭାବେ ୨୦୨୨ରେ ୩୩୧ ଅଧିକାରୀଙ୍କଠାରୁ ୪୩ଲକ୍ଷ ୭୩ହଜାର ୫୦୦ ଟଙ୍କା େଜାରିମାନା କରାଯାଇଥିଲା। ସରକାରୀ ଅଧିକାରୀଙ୍କ ଅବହେଳାରୁ କ୍ଷତିଗ୍ରସ୍ତ େହାଇଥିବା ହିତାଧିକାରୀଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବା େକ୍ଷତ୍ରରେ ଆେୟାଗ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୨୦୨୧ରେ ୧୩ଟି ମାମଲାରେ ୭ଲକ୍ଷ ୪୫ ହଜାର ଓ ୨୦୨୨ ବର୍ଷରେ ୩୨ଟି ମାମଲାରେ ୧୬ଲକ୍ଷ ୯ ହଜାର ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନକାରୀଙ୍କ ବିେରାଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ଆେୟାଗ ସୁପାରିସ କରିଥିବା ବେଳେ ୨୦୨୨ ଡିେସମ୍ବର ସୁଦ୍ଧା ୪୫୪ ଜଣଙ୍କ ବିେରାଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦେଶ ଦିଆଯାଇଥିବା ଜଣାପଡିଛି।
ଭାରତ ସୂଚନା ଆେୟାଗ ପକ୍ଷରୁ ଜାରି ବିବରଣୀ ଅନୁସାରେ ୨୭ ରାଜ୍ୟରେ ଥିବା ସୂଚନା ଅାୟୋଗରେ ୩ଲକ୍ଷ ୨୧ ହଜାର ୫୩୭ଟି ମାମଲା ବିଚାର ଅପେକ୍ଷାରେ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ୧୫ ହଜାର ୫୨୪ଟି ମାମଲା ପଡି ରହିଥିବା ବେଳେ କର୍ଣ୍ଣାଟକରେ ୪୧ ହଜାର ୪୭ଟି ମାମଲା ରହିଛି। ପ୍ରକାଶିତ ବିବରଣୀ ଅନୁସାରେ ୨୦୨୨ ଜୁଲାଇ ୧ ରୁ ୨୦୨୩ ଜୁନ ୩୦ ମଧ୍ୟରେ େଦଶରେ ୨ େକାଟି ୨୦ଲକ୍ଷ ୩୮୨ଟି ଅଭିେଯାଗ ପଞ୍ଜିକୃତ େହାଇଛି। ଏହି ସମୟ ମଧ୍ୟରେ ୨ଲକ୍ଷ ୧୪ ହଜାର ୬୯୮ଟି ଅଭିେଯାଗର ଶୁଣାଣି େହାଇପାରିଛି।



