www.samajalive.in
Monday, December 15, 2025
17.1 C
Bhubaneswar

ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ

ଭୁବନେଶ୍ୱର: ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଅନନ୍ତ କିଶୋର ବେହେରାଙ୍କର ୫୨ ବର୍ଷ ବୟସରେ ଶନିବାର ରାତିରେ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଦେହାନ୍ତ ହୋଇଯାଇଛି। ସେ କଟକ ଜିଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀ ବେହେରା ଫୁସ୍‌ଫୁସ୍‌ ଜନିତ ସଂକ୍ରମଣରେ ପୀଡିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ବଡ଼ ଭାଇ ବିଷ୍ଣୁ ଚରଣ ବେହେରା, ପତ୍ନୀ ଜୟଶ୍ରୀ ପରିଡା ଉପସ୍ଥିତ ଥିଲେ। ଖବର ପାଇ ପ୍ରଧାନ ମହାଲେଖାକାର ଅଡିଟ ରାଜ କୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ, ବରିଷ୍ଠ ଉପ-ମହାଲେଖାକର ଦୀପକ ରଘୁ, ରାଜ୍ୟ ବିଜେପି ଉପ-ସଭାପତି ଲେଖାଶ୍ରୀ ସାମନ୍ତ ସିଂହାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ। ଆଜି ରବିବାର ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ତାଙ୍କର ପାର୍ଥିବ ଶରୀର ବାସଭବନ ବି-୧୧ କ୍ୟାପିଟାଲ ହସ୍ପିଟାଲ ରୋଡଠାରେ ଶେଷ ଦର୍ଶନ ପାଇଁ ରଖାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

ସ୍ନାତକୋତ୍ତର ଇଞ୍ଜିନିୟରିଂ ସହ ଏମବିଏ ଓ ସିଆଇଏ ଡିଗ୍ରୀ ହାସଲ କରିଥିବା ଶ୍ରୀ ବେହେରା ୨୦୨୨ ଫେବୃଆରୀ ୧୧ରେ ରାଜ୍ୟର ପ୍ରଧାନ ମହାଲେଖାକାର ଭାବରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ପୂର୍ବ ତଟ ରେଳବାଇର ଅଡିଟର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ଜାତିସଂଘର ବିଭିନ୍ନ ସଂସ୍ଥା ସମେତ ରିୟାଦ, ଦୋହା ଏବଂ ଜେଦାହ ଠାରେ ଥିବା ଦୂତାବାସ ଅଡିଟ୍ କାର୍ଯ୍ୟ ନିୟୋଜିତ ଥିଲେ। ସେ ମୁମ୍ବାଇର ଆଣବିକ ଶକ୍ତି ବିଭାଗକୁ ଡେପୁଟେସନ ସମୟରେ ଆଭ୍ୟନ୍ତରୀଣ ଆର୍ଥିକ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories