www.samajalive.in
Sunday, December 14, 2025
26.1 C
Bhubaneswar

କଡ଼ା ସୁରକ୍ଷାରେ ଖେଳାଗଲା ଭାରତ-ପାକିସ୍ତାନ ମ୍ୟାଚ

ଅହମ୍ମଦାବାଦ୍‌: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ନିମନ୍ତେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ସମେତ ଅହମ୍ମଦାବାଦ୍‌ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଷ୍ଟାଡିୟମରେ ୧ ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ଥିବାରୁ ବିନା ବାଧାରେ ମ୍ୟାଚ୍‌ ଶେଷ କରିବା ଉଦ୍ଦେଶ୍ୟରେ ୧୧ ହଜାରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା। ଗୁଜରାଟ ପୁଲିସ ସହ ଏନ୍‌ଏସ୍‌ଜି, ଏନ୍‌ଡିଆରଏଫ ଆଦିର କର୍ମଚାରୀ ସୁରକ୍ଷା ଦାୟିତ୍ବରେ ରହିଥିଲେ।

ଷ୍ଟାଡିୟମ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବହୁସଂଖ୍ୟକ ସୁରକ୍ଷାକର୍ମୀ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ରାସ୍ତାଘାଟରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯିବା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ବହୁସ୍ଥାନରେ କ୍ୟାମେରା ଖଞ୍ଜା ଯାଇଥିଲା। ଆତଙ୍କବାଦ ନିରୋଧ ସଂସ୍ଥା, କ୍ରାଇମ୍‌ବ୍ରାଞ୍ଚର ବହୁସଂଖ୍ୟକ ଅଧିକାରୀ ମଧ୍ୟ ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିଲେ। ବହୁସଂଖ୍ୟକ ସାଧା ପୋଷାକଧାରୀ ପୁଲିସ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଥିଲେ। ଅହମ୍ମଦାବାଦ୍‌ ପୁଲିସ ଆୟୁକ୍ତ ଜିଏସ୍‌ ମଲିକଙ୍କ ନେତୃତ୍ବରେ ପାଖାପାଖି ୨୫ଜଣ ବରିଷ୍ଠ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ବରେ ରହିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories