www.samajalive.in
Monday, December 15, 2025
27.1 C
Bhubaneswar

ଆଜିଠୁ ପାଠପଢ଼ା ବନ୍ଦ, ମହାବିଦ୍ୟାଳୟ ବର୍ଜନ କରିବେ ୧୫ଶହ ଆୟୁଷ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆୟୁଷ କ୍ଷେତ୍ରରେ ନୂଆ ପଦ ସୃଷ୍ଟି ସହିତ ନିଯୁକ୍ତି ଦାବିରେ ଗୁରୁବାରଠୁ ସମସ୍ତ ଆୟୁଷ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ବର୍ଜନ କରିବେ। ଗତ ୨୫ ତାରିଖରୁ ରାଜ୍ୟରେ ଥିବା ୪ ହୋମିଓପାଥି ଭେଷଜ ମହାବିଦ୍ୟାଳୟ ଓ ୩ ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟ ଛାତ୍ରଛାତ୍ରୀ କଳାବ୍ୟାଜ ପିନ୍ଧି ପଢୁଥିଲେ। ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସମସ୍ତ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ବର୍ଜନ କରିବେ। କେବଳ ପରୀକ୍ଷା କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ଅଧିକାରୀ ବା କର୍ମଚାରୀଙ୍କୁ ମହାବିଦ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ବି ଯଦି ସରକାର ସଂଘକୁ ଆଲୋଚନାକୁ ନ ଡାକନ୍ତି ଅବା ଦାବି ପୂରଣ ଦିଗରେ କୌଣସି ନିଷ୍ପତ୍ତି ନ ନିଅନ୍ତି ତେବେ ସଂଘ ପକ୍ଷରୁ ଆଗାମୀ ଦିନରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଘର ସଭାପତି ଡା. ରାଜେଶ ମିଶ୍ର ସୂଚନା ଦେଇଛନ୍ତି। ପ୍ରାୟ ୧୫ ଶହ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ବର୍ଜନ କରିବେ। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ କୁହାଯାଇଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories