ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ପାଜିବାହାଲି ଛକ ନିକଟରେ ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିବା ସହ ୪ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ପ୍ରାପ୍ତ ସୂଚନା ମତେ ଭୋର୍ ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଭବାନୀପାଟଣା ଓ ମ.ରାମପୁର ଅବକାରୀ ବିଭାଗ ମୋହନଗିରି ଠାରୁ ରାୟପୁର ଅଭିମୁଖେ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ କାରରେ ୨୨କିଲୋଗ୍ରାମ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପରେ କାର ସହ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ୪ ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ୪ ଜଣ ମଧ୍ୟରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା। ଗିରଫ ୪ ଜଣ ହେଲେ ଛତିଶଗଡ଼ ଅଞ୍ଚଳର ରାଜ କୁମାର ବର୍ମା, ଗୋଲୁ ସାହୁ, ସନ୍ତୋଷୀ ଧ୍ରୁବା, ସୋନିଆ ସାହୁ ବୋଲି ଜଣାପଡିଛି।
Popular Categories



