www.samajalive.in
Sunday, December 14, 2025
26.1 C
Bhubaneswar

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନର ନିରପେକ୍ଷ ତଦନ୍ତ ଦାବି

କଲମପୁର: ଗତ ୧୮ ତାରିଖ ଦିନ ଭବାନିପାଟଣା ରେଳୱେ ଛକ ନିକଟରେ ଥିବା ସମ୍ବିଧାନ ପ୍ରଣେତା ଡଃ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ କେହି ଦୁର୍ବୁତ୍ତ ଧଳା କପଡ଼ା ଗୁଡେଇ ଅସମ୍ମାନ ପ୍ରଦର୍ଶନ କରିଥିଲେ। କେବଳ ଏହା ଗୋଟିଏ ବା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଆମ୍ବେଦକରଙ୍କ ପ୍ରତିମୂର୍ତି ପ୍ରତି ଅସମ୍ମାନ ପ୍ରଦର୍ଶିତ କରିଛନ୍ତି। ଯାହା ଆମ୍ବେଦକରବାଦୀଙ୍କ ମନରେ କ୍ଷୋଭ ପ୍ରକାଶ କରିଛି। ଏଭଳି ହୀନ ମାନସିକତା ଥିବା ବ୍ୟକ୍ତିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏ.ଓ.ଏସ.ସି.ଏଫ ଦାବି କରିଛି।

ତେଣୁ ଶୁକ୍ରବାର ଅପରାହ୍ନରେ ବରିଷ୍ଠ ନେତା ଦିଗାମ୍ବାର ଦୁରିଆଙ୍କ ଉପସ୍ଥିତିରେ ଏ.ଓ.ଏସ.ସି.ଏଫ କଲମପୁର ବ୍ଲକ ଶାଖା ସଭାପତି ଲିମେଶ୍ୱର ବାଗଙ୍କ ନେତୃତ୍ୱରେ ବଳରାମ ଛତ୍ରିଆ,ଶୁଶାନ୍ତ କୁମାର ବିହାରୀ, ଗଣେଶ ରାମ ବାଗ, ଗଣେଶ ରାମ ନାଗ, ସେନାପତି ନାଏକ, ବେଣୁପାଣି ଦୁର୍ଗା, ନନ୍ଦ ବାଗ ପ୍ରମୁଖ କର୍ମକର୍ତା କଲମପୁର ପୁଲିସ ଥାନାରେ ପହଂଚି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଦାବି ପତ୍ର ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories