ଆଠଗଡ: ପୋଖରୀରେ ବୁଡି ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଛି। ଢେଙ୍କାନାଳ ସଦର ବ୍ଲକ୍ ଅର୍ନ୍ତଗତ ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତର ଝୁମ୍ପୁଡିଆ ଶବର ସାହିର ରାମଚନ୍ଦ୍ର ପ୍ରଧାନଙ୍କ ପୁତ୍ର ନିରଞ୍ଜନ ପ୍ରଧାନ (୩୬) ପୋଖରୀକୁ ଗାଧେଇବାକୁ ଯାଇଥିଲା ବେଳେ ବୁଡି ଯାଇଥିଲେ। ତାଙ୍କୁ ପରିବାର ଲୋକ ଓ ଗ୍ରାମବାସୀ ଉଦ୍ଧାର କରି ତୁରନ୍ତ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ୍ୟୁ ବୋଲି ଘୋଷଣା କରିଥିଲେ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଠଗଡ ପୁଲିସ ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।
Popular Categories



