mission shakti banner

ଜେସିବି ଓ ବାଲି ବୋଝେଇ ହାଇୱାକୁ ଜୋରିମାନା

BSKY banner  750×100

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ତଥା ସାହାରପଡ଼ା ତହସିଲ ଅନ୍ତର୍ଗତ ପୁରୁଣାପାଣି ସ୍ଥିତ ବିରଳ ନଦୀରୁ କିଛି ଦିନ ହେବ ବେଆଇନ ଭାବରେ ବାଲି ମାଫିଆ ବ୍ୟାପକ ଭାବରେ ବାଲି ମେସିନ ସାହାଯ୍ୟରେ ଉତ୍ତୋଳନ କରି ହାଇୱା ସାହାଯ୍ୟରେ ବୋହି ନେଉଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ସାହାରପଡା ତହସିଲଦାର ବାବୁଲଲ ପେରେଇଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ପରିଦର୍ଶକ ତ୍ରିଲୋଚନ ମହାନ୍ତ ଓ ରାଜସ୍ବ ନୀରିକ୍ଷକ ବୈଜୟନ୍ତି ନାଏକ ଘଟଣାସ୍ଥଳରେ ପହଞ୍ଚି ବାଲି ଉତ୍ତୋଳନ କରୁଥିବା ଜେସିବି ମେସିନ ଏବଂ ଗୋଟିଏ ବାଲି ବୋଝେଇ ହାଇୱାକୁ ଜବତ କରି ସାହାରପଡ଼ା ପୁଲିସ ଜିମା ଦେଇଥିଲେ। ସାହାରପଡ଼ା ତହସିଲଦାର ଶ୍ରୀ ପେରେଇ ମେସିନକୁ ୫୦ ହଜାର ଟଙ୍କା ଜୋରିମାନା କରିଥିବା ବେଳେ ବାଲି ବୋଝେଇ ହାଇୱାକୁ ୪୦ ହଜାର ଟଙ୍କା ଜୋରିମାନା କରିଥିଲେ। ଜୋରିମାନା ପୈଠ ପରେ ମେସିନ ଓ ହାଇୱାକୁ ଏହାର ମାଲିକ ନେଇ ଯାଇଛନ୍ତି।

Comments are closed.