ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ବନ କ୍ଷେତ୍ର ଅନ୍ତର୍ଗତ ହଳଦିବଟା ଗାଁ ଭିତରକୁ ସକାଳୁ ଏକ ହରିଣ ପାଣି ଅନ୍ବେଷଣରେ ପଶି ଆସିଥିଲା। ହରିଣଟି ପାଣି ଅନ୍ବେଷଣରେ ଗାଁ ମୁହାଁ ହୋଇ ପଶିଆସି ଥିବା ବେଳେ କୁକୁର ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ହରିଣର ଦେହରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ହରିଣଟି ହାଲିଆ ହୋଇ ଗୋଟିଏ ଗଛ ବୁଦା ମୂଳରେ ରହିଥିଲା। ଖବର ପାଇ ସାହାରପଡା ବନପାଳ ଭୂପତି ସେଠୀ ଓ ପାରା କର୍ମଚାରୀ ପହଞ୍ଚି ଘଟଣାସ୍ଥଳରେ ଆହତ ହରିଣକୁ ଉଦ୍ଧାର କରିଥିଲେ। ଚିକିତ୍ସା ପରେ ହରିଣଟିକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବା ବନ ବିଭାଗ ସୂଚନା ଦେଇଛି।
Popular Categories



