www.samajalive.in
Monday, December 15, 2025
24.1 C
Bhubaneswar

ଡ୍ରଗ୍ସ କାରବାରରେ ଓଡ଼ିଶାର ଖଣି ମାଲିକ

ଭୁବନେଶ୍ବର : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଆରମ୍ଭ ହେବା ପରେ ନୂଆ ନୂଆ ଘଟଣା ଉପରୁ ପରଦା ଉଠିବାରେ ଲାଗିଛି। ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଓ ନାର୍କୋଟିକ୍‌ କଂଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଜେରା କରିଥିଲା। ରିୟାଙ୍କ ହ୍ବାଟ୍ସ୍‌ଆପ୍ ଚାର୍ଟରେ ନିଶା କାରବାରରେ କେବଳ ଭୁବନେଶ୍ବର କଥା ଉଠିଥିଲା; ମାତ୍ର ସୁଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁରୁ ପରଦା ହଟାଇବା ଲାଗି କିଛିଦିନ ହେଲା ଗଣମାଧ୍ୟମରେ ମୁଖର ଥିବା ଅନ୍ୟତମ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ବଲିଉଡ୍‌ର କଳାପରଦାକୁ ଉଠାଇ ଦେଇଛନ୍ତି। ନିର୍ଦିଷ୍ଟ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବଲିଉଡ୍‌କୁ କିଭଳି ଡ୍ରଗ୍ସ ଓ ସେକ୍ସ ରାକେଟ୍‌ କବଳିତ କରିଛି ତାହା ଉପରୁ ପରଦା ଉଠାଇଛନ୍ତି। ଏହି ସାକ୍ଷାତକାରରେ ସେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ବଡ଼ ବଡ଼ ଡ୍ରଗ୍ସ ଡିଲରଙ୍କ ଦ୍ବାରା ଆୟୋଜନ ହେଉଥିବା ବିଭିନ୍ନ ପାର୍ଟିରେ ବଲିଉଡ୍‌ର ଅଭିନେତା ଓ ଅଭିନେତ୍ରୀଙ୍କ ବ୍ୟତୀତ ବହୁ ପ୍ରତିଷ୍ଠିତ ବ୍ୟବସାୟୀମାନେ ସାମିଲ୍‌ ହୋଇଥାନ୍ତି। ଏହି ବଡ଼ ସହରର ବ୍ୟବସାୟୀଙ୍କ ମଧ୍ୟରେ ଭୁବନେଶ୍ବର ଭଳି ଛୋଟ ସହରର କିଛି ଖଣି ବେପାରୀ ବି ସାମିଲ୍‌ ଥିବା ସେ କହିଛନ୍ତି। ଓଡ଼ିଶାର ଭରପୁର ପ୍ରାକୃତିକ ସମ୍ପଦକୁ ଲୁଟି ଖଣି ବ୍ୟବସାୟୀମାନେ ଏଭଳି ପାର୍ଟିରେ ଯୋଗ ଦେଇ ମୁମ୍ବାଇର ଅଭିନେତ୍ରୀ ଏବଂ ଯୁବତୀଙ୍କ ପଛରେ କୋଟି କୋଟି ଟଙ୍କା ଉଡାଉଥିବା କଙ୍ଗନାଙ୍କ ବୟାନରୁ ସ୍ପଷ୍ଟ ସଙ୍କେତ ମିଳିଛି।
କଙ୍ଗନାଙ୍କର ଏହି ବିସ୍ଫୋରକ ବୟାନ ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଛି। କେବଳ ପ୍ରତିଷ୍ଠିତ ବ୍ୟବସାୟୀ ବର୍ଗରେ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ତାହା ନୁହେଁ। ଏହା ପୁଲିସ, ପ୍ରଶାସନ ଓ ରାଜନେତାଙ୍କ ମହଲରେ ବେଶ୍‌ ଆଲୋଡନ ସୃଷ୍ଟି କରିଛି। ରାଜ୍ୟର ସେହିସବୁ ଖଣି ମାଲିକମାନେ କିଏ? ତାକୁ ନେଇ ଆଲୋଚନା ଚାଲିଛି। ଓଡ଼ିଶାର ଖଣି ଖାଦାନକୁ ବେଧଡକ ଲୁଟ୍‌କରି ଏହି ବ୍ୟବସାୟୀମାନେ ବଲିଉଡ୍‌ ପାର୍ଟିରେ ଉଡାଇଛନ୍ତି। ବଲିଉଡ୍‌ ଶିଳ୍ପରେ ଡ୍ରଗସ୍‌ ସେବନ ଏକ ପ୍ରକାର ଫେସନ୍‌ ହୋଇଯାଇଛି। ଯେଉଁମାନେ ଏଥିରେ ସାମିଲ ନହେବେ ମାଫିଆ ଓ ଅଣ୍ଡରୱାଲ୍ଡ ଗୋଷ୍ଠୀ ସେମାନଙ୍କୁ ରାସ୍ତାରୁ ହଟାଇ ଦେବାକୁ ଧମକ ଦେଇଥାନ୍ତି। ସମସ୍ତେ ଏଥିରେ କବଳିତ ଓ ଏହା ବଲିଉଡର ଭିତିରି କଥା। ଅଭିନେତା ଓ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବଡ଼ ବିଚିତ୍ର ବୋଲି କଙ୍ଗନା କହିଛନ୍ତି। ଶିଳ୍ପର ଏଭଳି କିଛି ଅକୁହା କଥାକୁ ସେ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆଣିଛନ୍ତି। ତାଙ୍କର ଜୀବନ ପ୍ରତି ବିପଦ ରହିଛି; ତଥାପି ସେ ଏହାକୁ ଖାତିର କରିନାହାନ୍ତି। ୯୯ ଭାଗ କଳାକାର ଓ ତାଙ୍କ ପତ୍ନୀ ରାତିରେ ପାର୍ଟି ଆଳରେ ଡ୍ରଗସ ସେବନ କରିଥାନ୍ତି। ନୂଆ କରି ବଲିଉଡରେ ଯୋଗ ଦେଉଥିବା ଅଭିନେତ୍ରୀ ଓ ଅଭିନେତାମାନେ ଏଥିରୁ ବାଦ୍‌ ପଡ଼ି ନ ଥାନ୍ତି ବୋଲି ସେ କହିଛନ୍ତି। କଙ୍ଗନାଙ୍କ କହିବା ଅନୁସାରେ ତାଙ୍କର ବସ୍‌ ତାଙ୍କୁ ଏଭଳିି ବହୁ ପାର୍ଟିକୁ ସାଙ୍ଗରେ ନେଇ ଯାଉଥିଲେ। ସେଠାରେ ବଛା ବଛା ଛୋଟ ଛୋଟ ସହରର ଖଣି ମାଲିକ ଓ ବିଲ୍‌ଡରମାନଙ୍କ ସହିତ ମିଶାଉଥିଲେ। ସେମାନଙ୍କ ନାମ ଘୋଷଣା କରାଯାଏ। ତାରକା ହୋଟେଲ୍‌ରେ ଆୟୋଜନ ହେଉଥିବା ଗୋଟିଏ ଲେଖାଏଁ ପାର୍ଟିର ସମସ୍ତ ଖର୍ଚ୍ଚ ଖଣି ବ୍ୟବସାୟୀ ବହନ କରନ୍ତି। ଅଭିନେତ୍ରୀଙ୍କ ପଛରେ ବ୍ୟାକୁଳ ହୋଇ କୋଟି କୋଟି ଟଙ୍କା ଉଡାଇ ଦିଅନ୍ତି। ଦୁବାଇ ଭଳି ସହରରୁ ମଧ୍ୟ ବ୍ୟବସାୟୀମାନେ ଏହି ପାର୍ଟିକୁ ଆସିଥାନ୍ତି।
ରିୟା ଏନ୍‌ସିବିକୁ ତାଙ୍କ ବୟାନରେ କହିଛନ୍ତି ଯେ, ସେ ଓଡ଼ିଶାକୁ ନିଶା କାରବାର ଲାଗି ଏକାଧିକବାର ଆସିଛନ୍ତି। ଭୁବନେଶ୍ବର ଗତ କିଛି ବର୍ଷ ହେବ ଗଞ୍ଜେଇ ଓ ବ୍ରାଉନ୍‌ସୁଗର ଭଳି ନିଶା କାରବାର ଅବାଧ ପେଣ୍ଠସ୍ଥଳ ପାଲଟି ଯାଇଛି। ଓଡ଼ିଶାରୁ ନିଶାଦ୍ରବ୍ୟ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି। ରାଜ୍ୟରେ ବୃଦ୍ଧି ପାଇଥିବା ନିଶା କାରବାରରେ ଖଣି ମାଫିଆ ଏବଂ ବିଲ୍‌ଡରଙ୍କର ପ୍ରଚ୍ଛଦ ସମ୍ପୃକ୍ତି ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗତ କିଛି ମାସ ମଧ୍ୟରେ ଏସ୍‌ଟିଏଫ୍‌ ରାଜ୍ୟରୁ ୨୦ କିଲୋରୁ ଅଧିକ ଓଜନର ବ୍ରାଉନ୍‌ସୁଗର ଏବଂ ୫୦ କୁଇଣ୍ଟାରୁ ଅଧିକ ଗଞ୍ଜେଇ ଜବତ କଲାଣି। ତେବେ ଏସବୁ ପଛରେ ବଡ଼ ବ୍ୟବସାୟୀଙ୍କ ହାତ ଥିବା ନେଇ ସନ୍ଦେହ ଘନୀଭୂତ ହୋଇଛି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories