ଓଡ଼ିଶା ପୁରୁଷ ହକି : କନିଷ୍ଠ ଦଳ ଇଣ୍ଡିଆ ଇଷ୍ଟ ଜୋନ୍ ଚାମ୍ପିଅନ, ମହିଳା ଦଳକୁ ମିଳିଲା ତୃତୀୟ ସ୍ଥାନ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଦ୍ୱିତୀୟ ହକି ଇଣ୍ଡିଆ ଇଷ୍ଟ ଜୋନ୍ ଚାମ୍ପିଅନସିପ-୨୦୨୪ (କନିଷ୍ଠ)ରେ ଝାଡ଼ଖଣ୍ଡ ପୁରୁଷ ହକି ଦଳକୁ ୨-୦ ଗୋଲରେ ପରାସ୍ତ କରି ବିଜେତା ହୋଇଛନ୍ତି। ଓଡ଼ିଶା ଦଳ ପକ୍ଷରୁ ଆର୍ୟନ୍ ଏକ୍ସ ୨୫ ମିନିଟରେ ପ୍ରଥମ ଗୋଲ ଦେଇଥ#ବାବେଳେ ପ୍ରଥମ ଗୋଲର ମାତ୍ର ଦୁଇମିନିଟ୍ ପରେ ଦେଓନାଥ ନାନ୍ଓ୍ୱାଲ୍ ଆଉ ଏକ ଗୋଲ ସ୍କୋର କରି ଓଡ଼ିଶାକୁ ପ୍ରଥମାର୍ଦ୍ଧରେ ୨-୦ ଗୋଲରେ ଆଗୁଆ ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ଝାଡ଼ଖଣ୍ଡ ଦଳ ବାରମ୍ବାର ଆକ୍ରମଣ କରି ଗୋଲ ସ୍କୋର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା କୌଣସି ଗୋଲ କରିବାକୁ ସକ୍ଷମ ହୋଇପାରିନଥିଲେ। ଫଳରେ ଓଡ଼ିଶା ୨-୦ ଗୋଲରେ ଝାଡ଼ଖଣ୍ଡକୁ ପରାସ୍ତ କରି ବିଜେତା ଘୋଷିତ ହୋଇଥିଲା।

ସେହିପରି ଏହି ଚାମ୍ପିଅନସିପ ମହିଳା (କନିଷ୍ଠ) ବର୍ଗର ତୃତୀୟ ସ୍ଥାନ ପାଇଁ ହୋଇଥ#ବା ରୋମାଞ୍ଚକର ମ୍ୟାଚରେ ଓଡ଼ିଶା ହକି ଦଳ ମଣିପୁରକୁ ୪-୩ (ପେନାଲଟି ସୁଟ୍ଆଉଟ୍) ଗୋଲରେ ପରାସ୍ତ କରିଥିଲେ। ପ୍ରଥମେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ ସ୍କୋର କରି ସମାନ ସ୍ଥାନରେ ଥ#ଲୋ ଓଡ଼ିଶାର ଅଧିନାୟିକା ଦ୍ରୌପତୀ ନାଏକ ଏବଂ ସୁପ୍ରିୟା ପରବର୍ତ୍ତୀ ସଡନ୍ ଡେଥ୍ ପେନାଲଟି ସୁଟ୍ଆଉଟ୍ ସମୟରେ ଦୁଇଟି ଗୋଲ୍ କରିବାକୁ ସକ୍ଷମ ହୋଇଥିବାବେଳେ ମଣିପୁର ଦଳ ଗୋଟିଏ ଗୋଲ କରିପାରିଥିଲା। ଫଳରେ ଓଡ଼ିଶା ଦଳ ୪-୩ ଗୋଲରେ ମଣିପୁରକୁ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବାକୁ ସକ୍ଷମ ହୋଇଥିଲା।

ଦ୍ୱିତୀୟ ହକି ଇଣ୍ଡିଆ ଇଷ୍ଟ ଜୋନ୍ ଚାମ୍ପିଅନସିପରେ ଓଡ଼ିଶାର କନିଷ୍ଠ ପୁରୁଷ ଓ ମହିଳା ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବାରେ ସକ୍ଷମ ହୋଇପାରିଛନ୍ତି। ଏହି ବିଜୟ ଖେଳାଳି, କୋଚ୍ ଏବଂ ସହଯୋଗୀମାନଙ୍କର କଠିନ ପରିଶ୍ରମ ଓ ଅଧ୍ୟବସାୟକୁ ପ୍ରଦର୍ଶିତ କରୁଛି ବୋଲି ଓଡ଼ିଶା ହକି ସଂଘର ସଭାପତି  ଦିଲ୍ଲୀପ ତିର୍କୀ କହିଛନ୍ତି।

ଏହି ପ୍ରତିଯୋଗିତାରେ ଓଡ଼ିଶା କନିଷ୍ଠ ପୁରୁଷ ଦଳର ପ୍ରଦର୍ଶନ ଚମତ୍କାର ଥିଲା। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ପୂର୍ଣ୍ଣପ୍ରାଣ ସହଯୋଗ ଓ ଦୂରଦୃଷ୍ଟିର ପ୍ରତିଫଳନ ହେଉଛି ଏହି ବିଜୟା ଆଗାମୀ ଦିନରେ ଏହି ଯୁବ ପ୍ରତିଭାମାନେ ଆହୁରି ଅଧିକ ଉତ୍ତମ ଖେଳ ପ୍ରଦର୍ଶନ କରି ରାଜ୍ୟ ପାଇଁ ଅଧିକ ସୁନାମ ଆଣିବେ ବୋଲି କୋଚ୍ ଲକ୍ଷ୍ମୀନାରାୟଣ ପତି ଆଶାବ୍ୟକ୍ତ କରିଛନ୍ତି।

Comments are closed.