ସନ୍ତୋଷ ଟ୍ରଫିରୁ ଓଡ଼ିଶାର ବିଦାୟ
କଟକ: ଚଳିତବର୍ଷର ଜାତୀୟ ସିନିୟର ପୁରୁଷ ଫୁଟ୍ବଲ ଚମ୍ପିଆନ୍ସିପ୍ ସନ୍ତୋଷ ଟ୍ରଫିରେ ଓଡ଼ିଶା ଦଳର ଅଭିଯାନ ଶେଷ ହୋଇଛି। ଟୁର୍ଣ୍ଣାମେଣ୍ଟର ୭୪ତମ ସଂସ୍କରଣର ପୂର୍ବାଞ୍ଚଳ ଯୋଗ୍ୟତା ପର୍ୟ୍ୟାୟ ଲିଗ୍ରେ ୨ୟ ସ୍ଥାନରେ ରହିବାରୁ ଓଡ଼ିଶା ପରବର୍ତ୍ତୀ ପର୍ୟ୍ୟାୟକୁ ଯାଇ ପାରିନାହିଁ।
ପଶ୍ଚିମବଙ୍ଗର କଲ୍ୟାଣୀରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟେର ଗୁରୁବାର ଓଡ଼ିଶାକୁ ତା’ର ୨ୟ ମ୍ୟାଚ୍ରେ ପଶ୍ଚିମବଙ୍ଗ ୪-୦ ଗୋଲ୍ରେ ପରାସ୍ତ କରିଛି। ଫଳରେ ଏହି ଗ୍ରୁପ୍ର ପ୍ରଥମ ସ୍ଥାନରେ ରହି ପଶ୍ଚିମବଙ୍ଗ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛି। ଘରୋଇ ପଶ୍ଚିମବଙ୍ଗ ପାଇଁ ଅର୍ଜୁନ ଟୁଡୁ ୭ ଓ ୬୩ ମିନିଟରେ ୨ଟି ଗୋଲ୍ ଦେଇଥିଲେ। ୫୪ ମିନିଟରେ ସୁରଜିତ ସିଲ୍ ଓ ୫୬ ମିନିଟରେ ମହମ୍ମଦ ଫରିଦ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଓଡ଼ିଶା ପ୍ରଥମ ମ୍ୟାଚ୍ରେ ୬-୧ ଗୋଲ୍ରେ ବିହାରକୁ ପରାସ୍ତ କରିଥିଲା।
Comments are closed.