www.samajalive.in
Sunday, December 14, 2025
26.1 C
Bhubaneswar

ଓଡିଶାରେ ଟିକାକରଣର କ୍ଷେତ୍ର ହାର ଦେଶରେ ସର୍ବୋଚ୍ଚ -ୟୁନିସେଫ ରିପୋର୍ଟ

ଦିଲ୍ଲୀ  : ସାରା ବିଶ୍ୱରେ ଭାରତ ହେଉଛି ଟିକାକରଣ କ୍ଷେତ୍ରରେ ଅଗ୍ରଣୀ ଦେଶ। କରୋନା ସମୟରେ ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକାକରଣ ଉପରୁ ଭରସା ତୁଟିଥିଲା, ସେତେବେଳେ ଭାରତ ଟିକାକରଣକୁ ଅଧିକ ପ୍ରୋତ୍ସାହନ ଦେଇଥିଲା। କେବଳ କୋଭିଡ୍‌ ଟିକାକରଣ ନୁହେଁ, ପିଲାଙ୍କ କ୍ଷେତ୍ରରେ ମିଶନ୍‌ ଇନ୍ଦ୍ର ଧନୁଷ ପ୍ରଚଳନ କରି ମାଗଣା ଟିକାପ୍ରଦାନ କରାଯାଇଥିଲା। ଏହାଦ୍ୱାରା ଦେଶରେ ଅସାଧ୍ୟ ରୋଗଗୁଡ଼ିକୁ କାବୁ କରାଯାଇପାରିଥିଲା ବୋଲି ୟୁନିସେଫ୍‌ ରିପୋର୍ଟରେ କୁହାଯାଇଛି। ସରକାରଙ୍କ ନେତୃତ୍ୱ ରେ ଆଜି ବିଶ୍ୱସ୍ତରରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବାଥିବାରୁ ଆଉ ଏକ ପ୍ରଶଂସା ସାମ୍ନାକୁ ଆସିଛି।  ସାରା ଦେଶରେ ଓଡ଼ିଶାର ଟିକା କରଣ ହାର ସର୍ବାଧିକ ଜାତୀୟ ହାର ୭୬.୪ ରହିଥିବା ବେଳେ ଓଡିଶାରେ ଏହା୯୦. ୫ ରହିଛି ।

ୟୁନିସେଫ୍ ଇଣ୍ଡିଆ ପକ୍ଷରୁ ଆଜି ‘ଦି ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ ଚିଲଡ୍ରେନ ୨୦୨୩: ଫର ଏଭରି ଚାଇଲଡ ଭ୍ୟାକସିନେସନ ‘ ନାମକ ରିପୋର୍ଟ ପ୍ରକାଶ ପାଇଛି, ଯାହା ଶିଶୁ ଅବସ୍ଥାରେ ଟିକାକରଣର ମହତ୍ୱକୁ ଦାର୍ଶାଉଛି। ଲଣ୍ଡନ ସ୍କୁଲ୍ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ୍ ମେଡିସିନ୍ ଦ୍ୱାରା ସଂଗୃହିତ ଏବଂ ୟୁନିସେଫ୍ ଦ୍ୱାରା ପ୍ରକାଶିତ ଦି’ ଭ୍ୟାକ୍ସିନ୍ କନଫିଡେନସ ପ୍ରୋଜେକ୍ଟ ର ନୂତନ ତଥ୍ୟ ଉପରେ ଆଧାର କରି ରିପୋର୍ଟ ରେ ଦର୍ଶାଯାଇଛି ଯେ ପିଲାମାନଙ୍କ ପାଇଁ ଟିକାକରଣର ମହତ୍ତ୍ୱ ବିଷୟରେ ଅଧ୍ୟୟନ କରିଥିବା ବିଶ୍ୱର ୫୫ଦେଶ ମଧ୍ୟରୁ କେବଳ ଚୀନ୍, ଭାରତ ଏବଂ ମେକ୍ସିକୋରେ ଏହା ଉପରେ ଲୋକଙ୍କ ଧାରଣା ଅଧିକ ଲୋକପ୍ରିୟ ଏବଂ ଉନ୍ନତ ହେଇଛି |

- Advertisement -

ଅଧ୍ୟୟନ କରାଯାଇଥିବା ଦେଶ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ଦେଶ ଯଥା ରିପବ୍ଲିକ୍ ଅଫ୍ କୋରିଆ, ପାପୁଆ ନ୍ୟୁ ଗିନିଆ , ଘାନା, ସେନେଗାଲ୍ ଏବଂ ଜାପାନ ପରି ଦେଶରେ ମହାମାରୀ ଆରମ୍ଭ ପରେ ଏଇ ଦେଶ ଗୁଡିକରେ ଟିକା ଉପରୁ ବିଶ୍ୱାସ ହ୍ରାସ ପାଇଲା। ବିଭ୍ରାନ୍ତିକର ସୂଚନା ତଥା ଟିକାକରଣ ପ୍ରଭାବ ଉପରେ ବିଶ୍ୱାସ ହ୍ରାସ ହେଉଥିବା ଭଳି କାରଣ ହେତୁ ଟିକାକରଣ ପାଇଁ ଦ୍ୱିଧାବୋଧ ହେବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।

ଦେଖିବାକୁ ଗଲେ ବିଗତ ୩୦ ବର୍ଷ ମଧ୍ୟରେ ଶିଶୁଙ୍କ ଟିକାକରଣ ପ୍ରକ୍ରିୟାରେ ଲୋକଙ୍କ ଟିକା ଉପରୁ ବିଶ୍ୱାସ ହ୍ରାସ ହେବା ସବୁଠୁ ଅଧିକ ଦେଖିବାକୁ ମିଳିଛି। ଏହା କୋଭିଡ -୧୯ ଦ୍ୱାରା ଅନେକ ମାତ୍ରରେ ପ୍ରଭାବିତ ହେଇଛି ବୋଲି ରିପୋର୍ଟରେ କୁହାଯାଇଛି। ସେତେବେଳେ ଦେଖାଦେଇଥିବା ସ୍ୱାସ୍ଥ୍ୟ ସଙ୍କଟ, କୋଭିଡ୍‌ ୧୯ ଟିକାକରଣ ପାଇଁ ସାଧାରଣ ଟିକାକରଣର ସମଗ୍ର ସମ୍ବଳକୁ ନିୟୋଜିତ କରିବା, ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଅଭାବ ଏବଂ ଘରେ ରହିବା ଭଳି ପଦକ୍ଷେପ ପ୍ରାୟ ସବୁ ସ୍ଥାନରେ ପିଲାମାନଙ୍କ କ୍ଷେତ୍ରରେ ଟିକାକରଣରେ ବାଧା ସୃଷ୍ଟି କରିଥିଲା ।

ହେଲେ ଭାରତରେ ଦୃଢ଼ ନେତୃତ୍ୱ ଏବେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କୁ ଟିକା ପ୍ରଦାନ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି। ଏହାଦ୍ୱାରା ଭାରତ ଟିକାଦାନ କ୍ଷେତ୍ରରେ ସବୁଠାରୁ ଭରସାଯୋଗ୍ୟ ରାଷ୍ଟ୍ରର ମାନ୍ୟତା ପାଇଛି। ଏହା ଭାରତ ସରକାରଙ୍କ ରାଜନୈତିକ ଏବଂ ସାମାଜିକ ପ୍ରତିବଦ୍ଧତାର ଏକ ନିଦର୍ଶନ। ସରକାରଙ୍କ ବିଭିନ୍ନ ପଦକ୍ଷେପ ମହାମାରୀ ସମୟରେ ବି ପ୍ରତ୍ୟେକ ଶିଶୁଙ୍କ ଟିକାକରଣ ଦ୍ୱାରା ନିୟମିତ ଟିକାକରଣ ପ୍ରତ ଥିବା ବିଶ୍ୱାସକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଛି ବୋଲି ୟୁନିସେଫ୍ ଇଣ୍ଡିଆର ପ୍ରତିନିଧୀ ସିନ୍ଥିଆ ମ୍ୟାକଫ୍ରେ କହିଛନ୍ତି।

ମ୍ୟାକଫ୍ରେ ଆହୁରି ମଧ୍ୟ କହିଛନ୍ତି, ଟିକାକରଣ ହେଉଛି ମାନବିକତାର ଅନ୍ୟତମ ଉଲ୍ଲେଖନୀୟ ସଫଳତାର କାହାଣୀ, ଯାହା ପିଲାମାନଙ୍କୁ ସୁସ୍ଥ ଜୀବନଯାପନ କରିବାକୁ ତଥା ସମାଜରେ ନିଜର ଯୋଗଦାନ କରିବାକୁ ସକ୍ଷମ କରାଇଥାଏ। ଟିକାକରଣ ପ୍ରତ୍ୟେକ ଶିଶୁ ଙ୍କ ପାଖକୁ ପହଞ୍ଚିବା ହେଉଛି ସମାନତାର ଏକ ପ୍ରମୁଖ ସୂଚକ, ଯାହା କେବଳ ପିଲାଙ୍କୁ ନୁହେଁ, ସମଗ୍ର ସମ୍ପ୍ରଦାୟକୁ ଲାଭ ଦିଏ।| ଭବିଷ୍ୟତର ମହାମାରୀକୁ ରୋକିବା ଏବଂ ରୋଗ ଏବଂ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ନିୟମିତ ଟୀଟିକାକରଣ ଏବଂ ଦୃଢ଼ ସ୍ୱାସ୍ଥ୍ୟସେବା ପ୍ରଣାଳୀ ଆମକୁ ଆହୁରି ଭଲଭାବରେ ପ୍ରସ୍ତୁତ କରିପାରିବ ବୋଲି ସେ କହିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories