www.samajalive.in
Monday, December 15, 2025
26.1 C
Bhubaneswar

୧୪୧୨କୋଟିର ୯ ପ୍ରକଳ୍ପକୁ ମଞ୍ଜୁରୀ, ୨୮୪୬ ଜଣଙ୍କ ପାଇଁ ନିଯୁକ୍ତି ସମ୍ଭାବନା

ଭୁବନେଶ୍ବର: ଶିଳ୍ପାୟନ ଦ୍ବାରା ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଶୁକ୍ରବାର ରାଜ୍ୟସ୍ତରୀୟ ଏକକ ବାତାୟନ ମଞ୍ଜୁରୀ କର୍ତ୍ତୃପକ୍ଷ (ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ ଅଥରିଟି) ବୈଠକରେ ପ୍ରାୟ ୧୪୧୧.୫୮କୋଟି ଟଙ୍କା ବିନିଯୋଗରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ନିର୍ମାଣ, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ, ସାର, ଆତିଥେୟତା କ୍ଷେତ୍ର ପାଇଁ ଆସିଥିବା ପୁଞ୍ଜିନିବେଶ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଥିଲେ। ଏସବୁ ପ୍ରକଳ୍ପ ପ୍ରତିଷ୍ଠା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ସହିତ ରାଜ୍ୟର ଅର୍ଥନୈତିକ ଗତିବିିଧି ତ୍ବରାନ୍ବିତ ହୋଇପାରିବ।

ବୈଠକରୁ ମିଳିଥିବା ସୂଚନା ଅନୁସାରେ ବାଇଓଡବ୍ଲ୍ୟୁଏମଏସ୍‌ ପ୍ରାଇଭେଟ ଲିମିଟେଡ ଅନୁଗୋଳ, ବରଗଡ, ଯାଜପୁର, ଝାରସୁଗୁଡା ଏବଂ ସମ୍ବଲପୁରଠାରେ ଏହାର ବାୟୋମାସ ପ୍ରକଳ୍ପ ପ୍ରତିଷ୍ଠା କରିବ। ସଂସ୍ଥା ପକ୍ଷରୁ ୩୧୯.୨୫କୋଟି ଟଙ୍କା ନିବେଶ ମାଧ୍ୟମରେ ୧୨୫୦ଲୋକଙ୍କୁ ନିଯୁକ୍ତି ଦେବାର ପ୍ରସ୍ତାବ ରହିଛି। ଟିପିଏସ୍‌ ବ୍ରିୱେରିଜ ଏବଂ ଡିଷ୍ଟିଲେରିଜ କମ୍ପାନୀ କଳାହାଣ୍ଡିର ଜୁନାଗଡଠାରେ ଇଥାନଲ ପ୍ରକଳ୍ପ ନିର୍ମାଣ ପାଇଁ ୨୩୫କୋଟି ଟଙ୍କା ଖର୍ଚ୍ଚ କରିବ ଏବଂ ଏହାଦ୍ବାରା ୨୦୦ଲୋକଙ୍କୁ ନିଯୁକ୍ତି ମିଳିବ। ଏମଜିଏମ ବାୟୋଫୁଏଲସ ସଂସ୍ଥା ବୌଦ୍ଧରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବାବଦରେ ୨୨୫କୋଟି ଟଙ୍କା ବିନିଯୋଗ କରି ୧୨୦ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି।

- Advertisement -

ସେହିପରି ଇଫ୍‌କୋ ଦ୍ବାରା ପାରାଦ୍ବୀପଠାରେ ଏକ ନାନୋ ୟୁରିଆ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏ ବାବଦରେ ୨୨୫କୋଟି ଟଙ୍କା ବିନିଯୋଗ ମାଧ୍ୟମରେ ୨୦୦ ଲୋକ ନିଯୁକ୍ତି ପାଇବେ। ଏଠାରେ ବାର୍ଷିକ ୩୩ହଜାର କିଲୋମିଟର ନା​‌େ​‌ନା ୟୁରିଆ ଉତ୍ପାଦନ ସହିତ ୨ଲକ୍ଷ ବୋତଲ ଦୈନିକ ଉତ୍ପାଦନ ହେବ। ଟାଟା ଷ୍ଟିଲ ସ୍ପେସାଲ ଇକୋନୋମିକ୍‌ ଜୋନ୍‌ ସଂସ୍ଥା ପକ୍ଷରୁ ୧୦୭କୋଟି ଟଙ୍କା ବିନିଯୋଗରେ ଗଞ୍ଜାମର ଗୋପାଳପୁର ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସଇଜୋନ୍‌)ରେ ସମୁଦ୍ର ଜଳରୁ ଲବଣ ଅପସାରଣ ପ୍ରକଳ୍ପ ପ୍ରତିଷ୍ଠା ହେବ। ଏଠାରେ ୨୯ଜଣଙ୍କୁ ନିଯୁକ୍ତି ମିଳିବ। ବର୍ଷକୁ ଏଠାରେ ୫,୪୭୫ନିୟୁତ ଲିଟର ସମୁଦ୍ର ଜଳକୁ ଲବଣମୁକ୍ତ କରିବାକୁ ପ୍ରକଳ୍ପ ପ୍ରତିଷ୍ଠାର ପ୍ରସ୍ତାବ ରଖିଛି। ସାହ୍ୟାଦ୍ରି ଇଣ୍ଡଷ୍ଟ୍ରିଜ ୧୦୦କୋଟି ଟଙ୍କା ବିନିଯୋଗରେ ବାଲେଶ୍ବରଠାରେ ଧଳା ଫାଇବର ସିମେଣ୍ଟ ପ୍ରକଳ୍ପ ପ୍ରତିଷ୍ଠା କରିବ ଏବଂ ଏଥିରେ ୨୦୦ ଲୋକ ନିଯୁକ୍ତି ପାଇବାର ପ୍ରସ୍ତାବ ରହିଛି। ସେହିପରି ସିସ୍କୋପ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ସ ଆଣ୍ଡ ହସ୍ପିଟାଲିଟି ସଂସ୍ଥା ୧୦୦କୋଟି ଟଙ୍କା ବ୍ୟୟରେ କୋଣାର୍କଠାରେ ହୋଟେଲ ତଥା ରିସୋର୍ଟ ପ୍ରତିଷ୍ଠା ଜରିଆରେ ୧୭୩ଜଣଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି।

ଓଡ଼ିଶା କଂକ୍ରିଟ ପ୍ରାଇଭେଟ ଲିମିଟେଡ ୫୪.୪୨କୋଟି ଟଙ୍କା ବିନିଯୋଗରେ ବାରଙ୍ଗଠାରେ ସ୍ମାର୍ଟସିଟି ଉନ୍ନତ ଡ୍ରେନେଜ ଏବଂ ସିୱେଜ ସିଷ୍ଟମ ସାମଗ୍ରୀ ଉତ୍ପାଦନ ପ୍ରକଳ୍ପ ନିର୍ମାଣ କରିବା ସହିତ ଏଠାରେ ୧୦୬ ଜଣଙ୍କୁ ନିଯୁକ୍ତି ଦେବାର ଯୋଜନା ରଖିଛି। ଏହାଛଡ଼ା ନିୟୁ ମଡର୍ଣ୍ଣ ଟେକ୍ନୋମେକ୍‌ ସଂସ୍ଥା ୫୫କୋଟି ଟଙ୍କା ବିନିଯୋଗରେ ମୟୂରଭଞ୍ଜର ବାରିପଦାଠାରେ ଏକ ଇସ୍ପାତକୁ କଳଙ୍କିମୁକ୍ତ କରିବା ସଂକ୍ରାନ୍ତ ଏକ ପ୍ରକଳ୍ପ ପ୍ରତିଷ୍ଠା କରିବ। ଏଠାରେ ୫୬୮ଲୋକ ନିଯୁକ୍ତି ପାଇବେ। ବୈଠକରେ ଉନ୍ନୟନ ଆୟୁକ୍ତ ପ୍ରଦୀପକୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories