ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ସଂପର୍କରେ ଅନୁଧ୍ୟାନ କରାଯିବ

ଭୁବନେଶ୍ୱର: ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ଅଧିକାରୀମାନଙ୍କୁ ସେମାନଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସେମାନଙ୍କ ଦାବି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେମାନଙ୍କ ବିଭିନ୍ନ ଦାବି ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ସୂଚନା ଦିଆଯାଇଛି। ରାଜଧାନୀରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ଆଜି ସେମାନଙ୍କ ପ୍ରତିନିଧି ଦଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଅଧିକାରୀ ଆଲୋଚନା କରିଛନ୍ତି।

prayash

ଏହି ଆଲୋଚନାରେ ଅଂଶଗ୍ରହଣ କରିବା ପରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପ୍ରତିନିଧି ଦଳ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ୧୦ଟି ଦାବି ପୂରଣ ନେଇ ଦାବିପତ୍ର ଦିଆଯାଇଥିଲା। ସେଥିମଧ୍ୟରୁ ଚାକିରି ନିୟମିତକୁ ବାଦ ଦେଇ ଅନ୍ୟସବୁ ଦାବି ପୂରଣ କରାଯିବା ନେଇ ଆଲୋଚନାରେ ସହମତି ପ୍ରକାଶ ପାଇଥିଲା। କୌଣସି କର୍ମଚାରୀ ୩ ବର୍ଷ କାର୍ଯ୍ୟ କରିଥିଲେ ସେମାନଙ୍କୁ ହଠାତ ଚାକିରିରୁ ବାହାର କରିବା ଏବଂ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଚାକିରି ସ୍ଥାୟିତ୍ବକୁ ଗୁରୁତ୍ବ ଦିଆଯାଇଛି। ଆଜିର ଆଲୋଚନା ପରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଧାରଣା ଓ ଆନ୍ଦୋଳନରୁ ଓହରି ଯାଇଥିବା ଘୋଷଣା କରାଯାଇଛି।

Comments are closed.