www.samajalive.in
Sunday, December 14, 2025
17.1 C
Bhubaneswar

ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ଅଗ୍ନିଶମ ମହାନିର୍ଦେଶକଙ୍କ ଚିଠି ଲେଖିଛନ୍ତି। ଅଗ୍ନିଶମ ଅଧିକାରୀଙ୍କୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦେଶ ଦେଇଛନ୍ତି। ଅଗ୍ନିଶମ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଅଗ୍ନି ନିରାପତ୍ତା ସଠିକ ରହିଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ ପାଇଁ ହୋଟେଲ, ଲଜିଂ, ସିନେମାହଲ ଅତିଥି ଭବନ, ସରକାରୀ କୋଠା, ମଲ୍ଟିପ୍ଲେକ୍ସ ଓ ଉଚ୍ଚ ଅଟ୍ଟାଳିକା ଉପରେ ନଜର ରଖାଯିବ। ତେବେ ଅଗ୍ନିଶମ ମହାନିର୍ଦେଶକଙ୍କ ପକ୍ଷରୁ ବଡ଼ ବଡ଼ ଅଟ୍ଟାଳିକାରେ ଫାୟାର ସେଫ୍ଟି ସୁପରଭାଇଜର ନିଯୁକ୍ତି ପାଇଁ ନିର୍ଦେଶ ଦିଆଯାଇଛି। ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସବୁ ସରକାରୀ କୋଠା, ହସ୍ପିଟାଲ, ଉଚ୍ଚ ବିଲ୍‌ଡିଂର ଅଡିଟ କରାଯିବ ଏବଂ ମେ’ ୨୧ ସୁଦ୍ଧା ବିଭାଗ ପାଖରେ ଅଡିଟ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି। ଅଗ୍ନି ନିରାପତ୍ତା ତୃଟି ଥିଲେ ୧୧୨ ଡାଏଲ କରି ସୂଚନା ଦେଇପାରିବେ ବୋଲି ଚିଠିରେ ଉଲ୍ଲେଖ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories