ରାଷ୍ଟ୍ରୀୟ ଲୋକ ଅଦାଲତ-ଆପୋଷ ସମାଧାନ ମାଧ୍ୟମରେ ବିଭିନ୍ନ ମକଦ୍ଦମାର ଫଇସଲା
ଆନନ୍ଦପୁର: ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜଙ୍କ କୋର୍ଟ ପରିସରରେ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲା ଦୌରାଜଜ୍ ରଞ୍ଜନ କୁମାର ସୁତାର, ସବ୍ ଜଜ୍ ମହେଶ୍ବେତା ପରିଜା, ଏସଡିଜେଏମ୍ ରଶ୍ମିରେଖା ପାତ୍ର ଓ ଜେଏମଏଫସି ପ୍ରବୀଣ ହୋତାଙ୍କ ଦ୍ବାରା ଆପୋଷ ସମାଧାନ ମାଧ୍ୟମରେ ବିଭିନ୍ନ ମକଦ୍ଦମାର ଫଇସଲା ହୋଇଥିଲା। ସେହିପରି ଘସିପୁରା ଗ୍ରାମ ନ୍ୟାୟାଳୟଠାରେ ନ୍ୟାୟାଧିକାରୀ ମାନସି ପ୍ରଧାନ ଏବଂ ହାଟଡିହି ଦେଓ୍ବାନୀ ଅଦାଲତରେ ଜେଏମଏଫସି ପ୍ରତିମା ସାହୁ ଆପୋଷ ସମାଧାନ ମାଧ୍ୟମରେ ମୋଟ ୧୧୩ ଟି ମକଦ୍ଦମାରୁ ୩୧ ଟି ମକଦ୍ଦମାର ଫଇସଲା କରି ମୋଟ ୧୪୯୦୦୦ ଟଙ୍କା ପରିଶୋଧ କରିଥିଲେ। ୬୬୧ଟି ବ୍ୟାଙ୍କ୍ ଋଣ ଆଦାୟ ପ୍ରାକ ମକଦ୍ଦମାରୁ ୧୮ ଟି ସମାଧାନ କରାଯାଇ ସର୍ବମୋଟ ୨୧୬୯୦୦ ଟଙ୍କା ପରିଶୋଧ କରାଯାଇଥିଲା। ଆନନ୍ଦପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ୟ୍ୟ ପରିଚାଳନା କରାଯାଇଥିବା ବେଳେ ଆଇନସେବା କମିଟି ସଦସ୍ୟ ବାଇଧର ସେଠୀ, ଓକିଲସଂଘ ସଭାପତି ଦୟାନିଧି ଦାଶ, ଉପସଭାପତି ରମେଶ ଚନ୍ଦ୍ର ବାରିକ୍ ତାଲୁକ ଆଇନସେବା ସମିତିର ଲିଗାଲ ରିଟେନର ଶିବ ଶଙ୍କର ସାହୁ, ରିଟେନର ଆଡଭୋକେଟ ଭାଗୀରଥି ଦାଶ, ମହାପାତ୍ର, ହେମରଞ୍ଜନ ବେହେରା, ସାଇତପନ ସାହୁ, ଭୁବନେଶ୍ୱର ଜେନା, ଶ୍ରୀନାଥ ଘଡେଇ, କୋର୍ଟ କର୍ମଚାରୀ ସୁଜିତ କୁମାର ମିଶ୍ର, ତାଲୁକ ଆଇନସେବା କର୍ମଚାରୀ ଦେବାଶିଷ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.