www.samajalive.in
Sunday, December 14, 2025
17.1 C
Bhubaneswar

ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଅପହରଣ ସନ୍ଦେହ, ୪୮ ଘଣ୍ଟା ବିତି ଯାଇଥିଲେ ବି ପୁଲିସକୁ ମିଳୁନି ପତ୍ତା

ଭୁବନେଶ୍ବର: ଆସିକା ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀ ନିଖୋଜ ହୋଇଥିବା ସୂଚନା ମିଳିଛି। ମେ’ ୧୨ରୁ ବାପା ସରୋଜ କୁମାର ପାଢ଼ୀ ନିଖୋଜ ଥିବା ନେଇ ପୁଅ ସଙ୍ଗୀତ ପାଢ଼ୀ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ପୁଅ ସଙ୍ଗୀତ ପାଢ଼ୀ କହିଛନ୍ତି ଯେ ବାପା ସରୋଜ ପାଢ଼ୀ ଘରୁ ଯିବାର ୪୮ଘଣ୍ଟା ବିତି ଯାଇଥିଲେ ବି ତାଙ୍କର କୌଣସି ପତ୍ତା ମିଳିନାହିଁ। ସାଙ୍ଗରେ ମୋବାଇଲ ଫୋନ ନେଇଥିଲେ ବି ତାହା ସ୍ବିଚଅଫ ରହିଛି। ତାଙ୍କ ନିକଟକୁ ଏକ ଅଜଣା କଲ ଆସୁଥିଲା ଏବଂ ତାହାକୁ ନେଇ ବାପା ବିରକ୍ତି ପ୍ରକାଶ କରୁଥିଲେ। ବାପା ଘରୁ ଯିବା ପରେ ତାଙ୍କ ସହ ଯୋଗାଯୋଗ ହୋଇନ ପାରିବାରୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ବିଭିନ୍ନ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ପତ୍ତା ମିଳିନାହିଁ। ପୁଅ ସଙ୍ଗୀତ ପାଢ଼ୀଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀଙ୍କୁ ଠାବ କରିବା ପାଇଁ କମିଶନରେଟ ପୁଲିସର ସ୍ବତନ୍ତ୍ର ଦଳ ରାଜ୍ୟର ବିଭିନ୍ନ ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଖୋଜାଖୋଜି କରିବା ଆରମ୍ଭ କରିଥିବା ସୂଚନା ମିଳିଛି।
ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀ ଗତ ୧୨ ତାରିଖରେ ଭୁବନେଶ୍ବର ୟୁନିଟ ୬ ଘରୁ ଯାଇ ଆଉ ଫେରି ନାହାନ୍ତି। ୨୦୦୪ରେ ସ୍ବାଧୀନ ଟିକଟରେ ଆସିକାରୁ ଜିତିଥିଲେ ସରୋଜ କୁମାର ପାଢ଼ୀ। ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ରାଜନୀତିରେ ସକ୍ରିୟ ନ ଥିଲେ।

ମିଳିଥିବା ସୂଚନା ଅନୁସାରେ ଗୁରୁବାର ସକାଳ ୮.୩୦ରେ ସରୋଜ କୁମାର ପାଢ଼ୀ ୟୁନିଟ୍ ସ୍ଥିତ ରାଧାକ୍ରିଷ୍ଣ ଏନକ୍ଲେଭ ଘରୁ ବହାରକୁ ଯାଇଥିଲେ। ଯିବାବେଳେ ସିକ୍ୟୁରିଟି ଗାର୍ଡ ସହିତ ମଧ୍ୟ କଥା ହୋଇଥିଲେ। ତେବେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ତାଙ୍କୁ ଫୋନ କରିଥିଲେ ହେଲେ ତାଙ୍କ ଫୋନ ସ୍ବିଚଅଫ ଥିଲା। ଘରୁ ତାଙ୍କ ମୋବାଇଲ, ମୁଦି ଓ ଚେନ୍ ମଧ୍ୟ ମିଳିଛି। ଏହାପରେ ତାଙ୍କ ପୁଅ ଓ ପରିବାର ଲୋକେ ସମ୍ପର୍କୀୟ, ସାଙ୍ଗସାଥୀଙ୍କୁ ପଚରାଉଚରା କରିଥିଲେ। ଖୋଜାଖୋଜି କରି ସବୁଆଡ଼ୁ ନିରାଶ ହେବା ପରେ ଏ ସମ୍ପର୍କରେ କ୍ୟାପିଟାଲ ଥାନାରେ ପୂର୍ବତନ ବିଧାୟକ ସରୋଜ କୁମାର ସାହୁ ନିଖୋଜ ନେଇ ପୁଅ ସଙ୍ଗୀତ ପାଢ଼ୀ ଅଭିଯୋଗ କରିଥିଲେ ଏବଂ ବାପାଙ୍କୁ କେହି ଅପହରଣ କରି ନେଇଥିବା ସନ୍ଦେହ ପ୍ରକାଶ କରିଥିଲେ। କ୍ୟାପିଟାଲ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ସେଥିରେ ସରୋଜ ପାଢ଼ୀ ଘରୁ ବାହାରକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅନୁସନ୍ଧାନ ଚଳାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories