www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

କଟକ: ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ)ରେ ରବିବାର ବାମ୍ବୋଲିମର ଜିଏମ୍‌ସି ଷ୍ଟାଡ଼ିୟମରେ ୧୮ତମ ଲିଗ୍‌ ମ୍ୟାଚରେ ଓଡ଼ିଶା ଏଫ୍‌ସି ଓ ମୁମ୍ବଇ ସିଟି ଏଫ୍‌ସି ପରସ୍ପରକୁ ଭେଟିବେ। ଉଭୟ ଦଳ ସେମାନଙ୍କ ୪ର୍ଥ ମ୍ୟାଚ ଖେଳିବେ।

ଓଡ଼ିଶା ଏଫ୍‌ସି ୩ଟି ମ୍ୟାଚରୁ ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୧ ପଏଣ୍ଟ ହାସଲ କରିଛି। ଦଳ ପ୍ରଥମ ମ୍ୟାଚରେ ପରାଜୟ ପରେ ୨ୟ ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରି ମ୍ୟାଚକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ମଙ୍ଗଳବାର ଏଟିକେ ମୋହନ ବାଗାନ୍‌ ବିପକ୍ଷ ୩ୟ ମ୍ୟାଚରେ ଶେଷ ମୂହର୍ତ୍ତରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଦଳ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ଲକ୍ଷ୍ୟ ନେଇ ମୁମ୍ବଇ ସିଟି ଏଫ୍‌ସି ସହିତ ଖେଳିବ। ଆରମ୍ଭରୁ ପ୍ରଥମ ମ୍ୟାଚ ଅପେକ୍ଷା ଦ୍ବିତୀୟ ମ୍ୟାଚରେ ଆମେ ଉନ୍ନତ ପ୍ରଦର୍ଶନ କରିଥିଲୁ। ୩ୟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଭାଗ୍ୟ ସାଥ୍‌ ଦେଇନଥିଲା। ଶେଷ ମୁହୂର୍ତ୍ତରେ ଗୋଲ ବରଣ କରିବା ଆମ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା। ମୁମ୍ବଇ ସିଟି ଏଫ୍‌ସି ବିପକ୍ଷ ମ୍ୟାଚରେ ବିଜୟ ହାସଲ କରିବା ଆମର ପ୍ରଥମ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟ ପ୍ରଶିକ୍ଷକ ଷ୍ଟିୱାଟ୍‌ ବାକ୍ସଟର କହିଛନ୍ତି। ଜୈବ ସୁରକ୍ଷିତ ପରିବେଶରେ ଖେଳାଳିମାନେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ପ୍ରୟାସ କରୁଛନ୍ତି। ଲିଗ୍‌ରେ ୩ଟି ମ୍ୟାଚ ଖେଳିବା ପରେ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆସିବାର ଆଶା କରାଯାଉଛି। ଦଳରେ ସୌରଭ ମେହେର, ହେଣ୍ଡ୍ରି ଆଣ୍ଟୋନି, ଥୋଇବା ସିଂହ ଓ ପ୍ରେମଜିତ୍‌ ସିଂହଙ୍କ ଭଳି ଖେଳାଳି ରହିଛନ୍ତି। ଏବେ ଆଗକୁ ବଢିବା ସହିତ ପ୍ରଦର୍ଶନରେ ଉନ୍ନତି ଆସୁଛି। ଆଗାମୀ ମ୍ୟାଚ୍‌ଗୁଡ଼ିକରେ ନିଶ୍ଚିତ ଉନ୍ନତ ପ୍ରଦର୍ଶନର ଆଶା ରଖିଛୁ ବୋଲି ବାକ୍ସଟର କହିଛନ୍ତି। ଅନ୍ୟପକ୍ଷରେ ମୁମ୍ବଇ ସିଟି ଏଫ୍‌ସି ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ। ଦଳ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇଛି। ଏହା ଓଡ଼ିଶା ଏଫ୍‌ସିକୁ ପରାସ୍ତ କରିବା ନେଇ ଦୃଢ ଆଶାବାଦୀ ରହିଛି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories