www.samajalive.in
Saturday, December 13, 2025
15.1 C
Bhubaneswar

ଜିଏସ୍‌ଟି ରିଟର୍ଣ୍ଣ ଫାଇଲରେ ଓଡ଼ିଶା ଏକ ନମ୍ବର

-ଅର୍ଥ ବିଭାଗ ନଜରରେ ନୂଆ ଟିକସଦାତା

-ପ୍ରତିବର୍ଷ ଚିହ୍ନଟ ହେବେ ୨୦ ହଜାର

- Advertisement -

-ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ମିଳିବ ଆତ୍ମନିଯୁକ୍ତି

-ବିନା ଜିଏସଟି ସଂସ୍ଥାଠାରୁ ସରକାର କିଣିବେନି ସାମଗ୍ରୀ

ଭୁବନେଶ୍ୱର: କରୋନାର ଜଟିଳ ପରିସ୍ଥିତି ସତ୍ତ୍ବେ ଓଡ଼ିଶା ଦେଶରେ ଜିଏସଟି ରିଟର୍ଣ୍ଣ ଫାଇଲରେ ଏକ ନମ୍ବର ହେବାକୁ ଯାଉଛି। ଚଳିତମାସ ଏପ୍ରିଲ ପହିଲାରୁ ନଭେମ୍ବର ସୁଦ୍ଧା ଓଡ଼ିଶା ସରକାରଙ୍କ ପକ୍ଷରୁ ୭୫ ପ୍ରତିଶତ ଜିଏସଟି ରିଟର୍ଣ୍ଣ ଫାଇଲ ହୋଇସାରିଛି। ଆଉ ୪ମାସ ମଧ୍ୟରେ ଏହି ହାର କିଭଳି ୯୨ ପ୍ରତିଶତରୁ ଊର୍ଦ୍ଧ୍ବ ହେବ ସେନେଇ ଗୁରୁତ୍ବ ଦେବାକୁ ଅର୍ଥବିଭାଗ ପ୍ରମୁଖ ସଚିବ ଅଶୋକକୁମାର ମୀନାଙ୍କ ଅର୍ଥବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ମୀନାଙ୍କ ଅଧ୍ୟକ୍ଷତାରେ ଜିଏସଟି ରିଟର୍ଣ୍ଣ ଫାଇଲ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ପାଇଁ ରାଜ୍ୟରେ ଆର୍ଥିକସ୍ଥିତି ମାନ୍ଦାବସ୍ଥା ଭିତରକୁ ଚାଲି ଯାଇଥିବାବେଳେ ଏବେ କିଭଳି ମୁକୁଳିବ ସେନେଇ ବିଭିନ୍ନ ରଣନୀତି ଆପଣାଯାଇଛି। ଏହାବାଦ୍ ଜିଏସଟି ଆଦାୟ ଓ ରିଟର୍ଣ୍ଣ ଫାଇଲକୁ କିଭଳି ସ୍ବଚ୍ଛତା ଉପାୟରେ ତ୍ବରାନ୍ବିତ କରାଯାଇପାରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ତା’ ଉପରେ ଶ୍ରୀ ମୀନା ଗୁରୁତ୍ବାରୋପ କରିଛନ୍ତି। ବୈଠକର ସୂଚନା ଅନୁଯାୟୀ ୨୦୧୯-୨୦ ବର୍ଷରେ ରାଜ୍ୟରେ ଜିଏସଟି ରିଟର୍ଣ୍ଣହାର ୯୨ ପ୍ରତିଶତ ରହିଥିଲା। ଚଳିତବର୍ଷ ଏହି ହାରକୁ ବଢ଼ାଇବାପାଇଁ ବିଭାଗପକ୍ଷରୁ ଏକ ନକ୍ସା ପ୍ରସ୍ତୁତ ହୋଇଛି। ଏଣିକି ପ୍ରତିବର୍ଷ ବିଭାଗ ପକ୍ଷରୁ ନୂତନ ଜିଏସଟି ଉପଭୋକ୍ତାଙ୍କୁ ଚିହ୍ନଟ କରାଯିବ। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ମାତ୍ର ୭ମାସ ମଧ୍ୟରେ ରାଜ୍ୟରେ ୩୧ହଜାର ୪୭୪ ନୂତନ ଜିଏସଟି ଗ୍ରାହକ ସୃଷ୍ଟି କରାଯାଇ ପାରିଛି। ଏହାଦ୍ବାରା ରିଟର୍ଣ୍ଣ ହାର ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଏଣିକି ପ୍ରତିବର୍ଷ ୨୦ହଜାର ନୂଆ ଜିଏସଟି ଓ କରଦାତା ଚିହ୍ନଟ କରାଯିବ। ରାଜ୍ୟର ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ଏହାଦ୍ବାରା ଆତ୍ମନିଯୁକ୍ତି ଯୋଗାଇ ଦିଆଯିବ। ଏନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିର୍ଦେଶନାମା ଜାରି ହେବ। ବାଣିଜ୍ୟ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଭଳି ପାଠପଢ଼ା ପରେ କିମ୍ବା ପଢ଼ିବା ସମୟରେ ମଧ୍ୟ ବିଭିନ୍ନ ଚାର୍ଟାଡ ସଂସ୍ଥାରେ ରହି ଅଭ୍ୟାସ କରିପାରିବେ। ଏଥିପାଇଁ ତାଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ଯୋଗାଇ ଦିଆଯିବ।

ସୂଚନା ଅନୁଯାୟୀ ରାଜ୍ୟରେ ବିଭିନ୍ନ ବ୍ୟବସାୟୀମାନେ ଜିଏସଟି ଠକୁଥିବା ଧରାପଡିଛନ୍ତି। ଏହାକୁ ଅଧିକ ତ୍ବରାନ୍ବିତ କରିବାପାଇଁ ସବୁ ଏସିଟିଓମାନଙ୍କୁ ଭାରତ ସରକାରଙ୍କ ଜିଏସଟି ଆପ୍ ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି। ଉକ୍ତ ଆପରେ ସମ୍ପୃକ୍ତ ବ୍ୟବସାୟୀଙ୍କ ଜିଏସଟି ଅପଲୋଡ କରିବା ମାତ୍ରେ ତାହା ଜାଲ୍ କି ନାହିଁ ଧରାପଡିଯିବ। ଏଣିକି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀ କିଣାବେଳେ କିଭଳି ସ୍ବଚ୍ଛତା ରହିବ ସେନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଛି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ ଏଣିକି ସାମଗ୍ରୀ ସଂଗ୍ରହ କରିବାବେଳେ ଯୋଗାଣକାରୀ ସଂସ୍ଥାର ଜିଏସଟି ପ୍ରତି ଧ୍ୟାନ ଦେବାକୁ ପଡିବ। ବିନା ଜିଏସଟିରେ କୌଣସି ସାମଗ୍ରୀ କିଣାଯାଇ ପାରିବ ନାହିଁ ବୋଲି ଶ୍ରୀ ମୀନା ବୈଠକରେ ସ୍ପଷ୍ଟ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories