www.samajalive.in
Monday, December 8, 2025
14.1 C
Bhubaneswar

‘ଓଡ଼ିଶା ଶକ୍ତି ସଂରକ୍ଷଣ କୋଠା କୋଡ୍‌-୨୦୨୨’ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍‌)-ତଥା-ପ୍ରମୁଖ ବିଦ୍ୟୁତ୍‌ ନିରୀକ୍ଷକ, ଦକ୍ଷିଣାଞ୍ଚଳ କର୍ତ୍ତୃପକ୍ଷ, ଓଡିଶା ଆନୁକୂଲ୍ୟରେ ଭୁବନେଶ୍ୱରର ଲୋକସେବା ଭବନ, କନଭେନସନ୍‌ ସେଣ୍ଟରଠାରେ ‘ଓଡ଼ିଶା ଶକ୍ତି ସଂରକ୍ଷଣ କୋଠା କୋଡ୍‌-୨୦୨୨’ ଉପରେ ଅଂଶୀଦାରମାନଙ୍କ ଅବଗତ ପାଇଁ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ, ଏମ.ଡି ଓ.ପି.ଟି.ସି.ଏଲ, ଏମ୍‌. ଡି, ଓ.ପି.ଜି.ସି, ସର୍ବୋଚ୍ଚ ଯନ୍ତ୍ରୀ(ବିଦ୍ୟୁତ୍‌), ସର୍ବୋଚ୍ଚ ଯନ୍ତ୍ରୀ (ଡିଜାଇନ) ପୂର୍ତ୍ତ ବିଭାଗ, ବିଇଇ ସେକଫର ବିଶେଷଜ୍ଞ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକରୀମାନେ ତଥା ପୌରସଂସ୍ଥା, ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଶିକ୍ଷାବିତ୍‌ମାନେ ଅଂଶଗ୍ରହଣ କରିଥିଲେ ।
ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍‌) ସୁରେଶ ଚନ୍ଦ୍ର ମହାରଣା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଦ୍ୱାରା ସଦ୍ୟ ପ୍ରକାଶିତ ‘ଓଡ଼ିଶା ଶକ୍ତି ସଂରକ୍ଷଣ କୋଠା କୋଡ୍‌-୨୦୨୨’ର ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଶକ୍ତି ବିଭାଗର ପ୍ରମୁଖ ସଚିବ ‘ଓଡ଼ିଶା ଶକ୍ତି ସଂରକ୍ଷଣ କୋଠା କୋଡ୍‌-୨୦୨୨’ର ଶୁଭ ଉନ୍ମୋଚନ କରିଥିଲେ । ଓପିଜିସିର ଏମ୍‌ଡ଼ି ତାଙ୍କ ବକ୍ତବ୍ୟରେ କୋଠାବାଡ଼ିକୁ ଏନର୍ଜି ସିଙ୍କ୍‌ ବୋଲି କହିବା ସହ ଶକ୍ତି ଅପଚୟକୁ କମ୍‌ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବାକୁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ ସଞ୍ଜୟ ମିଶ୍ର, ଏମଡି, ଓପିଟିସିଏଲ, ‘ଓଡ଼ିଶା ଶକ୍ତି ସଂରକ୍ଷଣ କୋଠା କୋଡ୍‌-୨୦୨୨’ କାର୍ବନ ଫୁଟ୍‌ ପ୍ରିଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ଏକ ପଦକ୍ଷେପ ବୋଲି କହିଥିଲେ । ଉପସ୍ଥିତ ଡିଜାଇନର ଏବଂ ବିଲïିଂ ପ୍ଲାନରମାନଙ୍କୁ ଯଥାସମ୍ଭବ ପ୍ରୟାସ କରି ବିଲïିଂ ପ୍ଲାନରେ ଶକ୍ତି ସଂରକ୍ଷଣକୁ ବିବେଚନା କରିବା ପାଇଁ ଅନୁରୋଧ କରିଥିଲେ ।
ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଅଭିଭାଷଣରେ ପାସିଭ୍‌ (Pଚ୍ଚଟଟiଠe) କୋଠା ଡିଜାଇନକୁ ଆଗ୍ରାଧିକାର ଦେଇ ୭୦ ପ୍ରତିଶତ ଶକ୍ତି ସଂରକ୍ଷଣ ହୋଇ ପାରିବ ବୋଲି କହିଥିଲେ । ଗ୍ଲୋବାଲ ୱାର୍ମିଂର ପରିଣାମ ବିଷୟରେ ଆଲୋକପାତ କରି ସେ କହିଥିଲେ ଯେ ଶିଳ୍ପ ପୂର୍ବ ସ୍ତରଠାରୁ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଣ୍ଟିଗ୍ରେଡ ପର୍ୟ୍ୟନ୍ତ ସୀମିତ ରଖିବା ପାଇଁ ଆନ୍ତର୍ଜାତିକ ସମୁଦାୟ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ମୋଟ ଶକ୍ତି ବ୍ୟବହାରର ଏକ ତୃତୀୟାଂଶ କୋଠାବାଡିରେ ଖର୍ଚ୍ଚ ହୋଇଥାଏ ଏବଂ କୋଠାଗୁଡ଼ିକରେ ଶକ୍ତି ବ୍ୟବହାର ହ୍ରାସ କରିବାର ଯଥେଷ୍ଟ ସୁଯୋଗ ରହିଛି, ଯାହା ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବାରେ ହେଉଥିବା ଅସୁବିଧାକୁ ମଧ୍ୟ ଦୂର କରିବାରେ ସହାୟକ ହେବ । ସାଧାରଣ ଜନତାଙ୍କ ମନରେ ଶକ୍ତି ସଂରକ୍ଷଣ ବିଲଡିଂ କୋଡକୁ ଆପଣେଇଲେ ସେମାନେ ଆର୍ଥିକ ଲାଭ ହାସଲ କରିପାରିବେ ବୋଲି ଜଣାଇବା ପାଇଁ ସେ ସମସ୍ତ ଅଂଶୀଦାରମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ସେ କହିଥିଲେ ଯେ ଶକ୍ତି ସଂରକ୍ଷଣ ଆମ ଜୀବନଧାରଣର ମାଧ୍ୟମ ହେବା ଉଚିତ । ଆମକୁ ସେହି ଅନୁସାରେ ଅଭ୍ୟାସ କରିବାକୁ ପଡ଼ିବ । ଓଡ଼ିଶା ଶକ୍ତି ସଂରକ୍ଷଣ କୋଠା କୋଡକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ସମସ୍ତେ ହାତ ମିଳାଇବାକୁ ସେ ଅନୁରୋଧ କରିଥିଲେ । ବିଭିନ୍ନ ଷ୍ଟଲରେ ଶକ୍ତି ଦକ୍ଷ ନିର୍ମାଣ ସାମଗ୍ରୀ, ଇଲେକଟ୍ରିକ୍‌ ଭେକଲ୍‌, ବୈଦ୍ୟୁତିକ ଉପକରଣଗୁଡିକ ପ୍ରଦର୍ଶିତ କରାଯାଇଥିଲା । ଶେଷରେ ମୁଖ୍ୟ ଯନ୍ତ୍ରୀ ସୌରଜିତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories