www.samajalive.in
Thursday, December 11, 2025
27.1 C
Bhubaneswar

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ

ଭୁବନେଶ୍ବର : ବଙ୍ଗୋପସାଗର ଅଭିମୁଖେ ଆସୁଥିବା ଘୂର୍ଣ୍ଣିବଳୟ କ୍ରମଶଃ ସକ୍ରିୟ ହେଉଛି। ତେବେ ଓଡ଼ିଶା ପ୍ରତି ବାତ୍ୟାର ଆଶଙ୍କା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଉତ୍ତାପ ବଢ଼ୁଥିବା ବେଳେ କାଳବୈଶାଖୀ ବର୍ଷା ସମ୍ଭାବନା ଲାଗି ରହିଛି। ସୋମବାର ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଗକୁ ଏଥିରେ ବିଶେଷ ସୁଧାର ଆସିବାର ସମ୍ଭାବନା ନାହିଁ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଠ ତାରିଖରେ ଉତ୍ତର ସୁମାତ୍ରା ନିକଟରେ ସୃଷ୍ଟ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରି ଆଜି ସକାଳେ ନିକୋବର ଦ୍ବୀପପୁଞ୍ଜ ନିକଟରେ ରହିଥିଲା। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୧୩ ତାରିଖ ଦିନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ପ୍ରାୟତଃ ଉତ୍ତର ଅଭିମୁଖେ ଗତି କରି ଘନୀଭୂତ ହେବା ସହ ୧୫ ତାରିଖ ବେଳକୁ ଏହା ଦକ୍ଷିଣ କେନ୍ଦ୍ରିୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ଏହା ପରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ପୂର୍ବ ଦିଗରେ ଗତି କରି ୧୬ ତାରିଖ ଦିନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ୧୭ ତାରିଖ ବେଳକୁ ଏହା ମିଆଁମାର ଏବଂ ସଂଲଗ୍ନ ଅଞ୍ଚଳ ଆଡ଼କୁ ମୁହଁାଇବ। ତେବେ ୧୮ ତାରିଖ ବେଳକୁ ଏହା ଦୁର୍ବଳ ହେବାର ସମ୍ଭାବନା ରହିଛି। ପାଣିପାଗର ବିଭିନ୍ନ ମଡେଲ୍‌ରେ ବାତ୍ୟାର ତୀବ୍ରତା, ଗତିରେ ଭିନ୍ନ ମତ ପ୍ରକାଶ ପାଉଛି। ତେବେ କୌଣସି ମଡେଲ୍‌ରେ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବା ନେଇ ସୂଚନା ଦେଉନାହିଁ। ମେ’ ୧୧ରୁ ୨୫ ତାରିଖ ମଧ୍ୟରେ ଭାରତ ମହାସାଗରରୁ ବଙ୍ଗୋପସାଗର ଆଡ଼କୁ ସମ୍ଭାବ୍ୟ ବାୟୁର ପରିମାଣରୁ ଜଣାପଡ଼ୁଛି ଯେ ଆସନ୍ତା ୧୩ରୁ ୧୮ ତାରିଖ ମଧ୍ୟରେ ଆଣ୍ଡାମାନ ଦ୍ବୀପପୁଞ୍ଜରେ ଭାରି ବର୍ଷା ହେବ। ସାଧାରଣତଃ ଆଣ୍ଡାମାନ୍‌ରେ ମେ’ ୨୦ ତାରିଖ ମଧ୍ୟରେ ମୌସୁମି ବର୍ଷା ଆରମ୍ଭ ହୋଇଥାଏ। ତେବେ ଚଳିତ ବର୍ଷ କିଛି ଦିନ ଆଗରୁ ଆଣ୍ଡାମାନ୍‌ରେ ମୌସୁମି ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ପରେ ୨୫ ତାରିଖ ସୁଦ୍ଧା ଶ୍ରୀଲଙ୍କାରେ ମୌସୁମି ବର୍ଷା ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ସେଠାରେ ମୌସୁମି ବର୍ଷାରେ କିଛିଟା ବିଳମ୍ବ ହୋଇପାରେ। ତେଣୁ ଶ୍ରୀଲଙ୍କାରେ ମୌସୁମି ସ୍ଥିତି ଜଣାପଡ଼ିବା ପରେ କେରଳ ଏବଂ ଦେଶର ଅନ୍ୟ ପ୍ରାନ୍ତରେ ବର୍ଷା ନେଇ ସ୍ପଷ୍ଟ ହୋଇପାରିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଆଜି ତାଳଚେର ଓ ଟିଟିଲାଗଡ଼ରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇ ଥିବାବେଳେ ମାଲକାନଗିରି ଓ ଭବାନୀପାଟଣାରେ ୪୦.୫, ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories