www.samajalive.in
Tuesday, December 9, 2025
15.1 C
Bhubaneswar

କ୍ରିକେଟ ଖେଳାଳିଙ୍କ ବୟସ ଜାଲିଆତି

ଭୁବନେଶ୍ୱର :ଓଡିଶାକ୍ରିକେଟ୍‍ ଆସୋସିଏସନ(ଓସିଏ)ରେ ୧୬ବର୍ଷରୁ କମ୍‍ ବୟସର ଖେଳାଳି ମନୋନୟନରେ ବୟସ ଜାଲିଆତି ହୋଇଛି। ଆସୋସିଏସନର କିଛି ଖେଳାଳି ଓ ସେମାନଙ୍କ ଅଭିଭାବକମାନଙ୍କ ସହିତ ହାତ ମିଳାଇ ଏହି ଜାଲିଆତି କରାଯାଇଛି ବୋଲି ଅଭିଯୋଗ କରିଛି କଳିଙ୍ଗସେନା। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ ହେମନ୍ତ ରଥ ଘଟଣାର ସିବିଆଇ ତଦନ୍ତଦାବି କରିଛନ୍ତି। ଶ୍ରୀ ରଥ କହିଛନ୍ତି, ୨୦୧୮-୧୯ ପାଇଁ ଓସିଏ କର୍ତ୍ତୃପକ୍ଷ ୧୬ବର୍ଷରୁ କମ୍‍ ବୟସର ୧୫ ଖେଳାଳିଙ୍କୁ ମନୋନୀତ କରିଛନ୍ତି। ଏହି ଟିମ୍‍ ଆସନ୍ତା ୨୧ରୁ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଖେଳିବା ପାଇଁ ପଶ୍ଚିମବଙ୍ଗ ଯିବ। ଏଥିରେ ସାମିଲ୍‍ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଜଣେ ଖେଳାଳିଙ୍କର ବୟସକୁ ଜାଲିଆତି କରାଯାଇଛି। ଏନେଇ ଶ୍ରୀ ରଥ ଉକ୍ତ ଖେଳାଳିଙ୍କର ଜନ୍ମଗତ ପ୍ରମାଣପତ୍ର ଗଣମାଧ୍ୟମକୁ ଦେଖାଇଛନ୍ତି। କଟକ ମହାନଗର ନିଗମରୁ ହସ୍ତଗତ ହୋଇଥିବା ଏହି ଜନ୍ମଗତ ପ୍ରମାଣପତ୍ରରେ ଉକ୍ତ ଖେଳାଳିଙ୍କର ଜନ୍ମ ତାରିଖ ଯାହା ରହିଛି ଏହି ୧୬ ବର୍ଷରୁ କମ ବୟସର ଖେଳାଳି ତାଲିକାରେ ସାମିଲ୍‍ ହୋଇପାରିବେ ନାହିଁ। ତାଙ୍କ ଜନ୍ମ ପ୍ରମାଣପତ୍ରରେ ଜାଲିଆତି କରାଯାଇଛି ବୋଲି ସେ ଦାବି କରିଛନ୍ତି। ତା’ଛଡା ଓସିଏ କର୍ତ୍ତୃପକ୍ଷଙ୍କ ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗ କରାଯାଇଛି। ରାଜ୍ୟରେ ବହୁ ଉଦୀୟମାନ କ୍ରିକେଟ ଖେଳାଳି ରହି ଥିବା ବେଳେ ବୟସ ଜାଲିଆତି କରି ଓସିଏ କର୍ତ୍ତୃପକ୍ଷ ସେମାନଙ୍କୁ କିଭଳି ଉପେକ୍ଷା କରୁଛନ୍ତି ତାହା ଅଭିଯୋଗକାରୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେନାର ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର, ନିହାର ପାଣି, ନାରୀସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ଶୁଭଶ୍ରୀ ପତି ଓ ସମ୍ପାଦକ ଶିବାଶିଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories